ଆସାମ୍‍ରେ ଆଫ୍‍ସ୍ପା ଅବଧି ଆଉ ୬ ମାସ ବୃଦ୍ଧି

0

ଗୌହାଟୀ: ଜାତୀୟ ନାଗରିକ ପଞ୍ଜିକା ପ୍ରକାଶ ପରେ ଆସାମର ପରିସ୍ଥିତି ଅଶାନ୍ତ ଓ ଅସ୍ଥିର ରହିଛି। ଚଳିତ ବର୍ଷ ଶେଷ ଆଡ଼କୁ ପୂର୍ଣ୍ଣାଙ୍ଗ ଓ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇପାରେ। ତେଣୁ ପରିସ୍ଥିତି ଆହୁରି ବିଗିଡ଼ିପାରେ। ଏଭଳି ଆଶଙ୍କା କରି ଆସାମ୍‍ରେ ଆର୍ମଡ୍‍ ଫୋର୍ସ ସ୍ପେଶାଲ୍‍ ପାୱାର ଆକ୍ଟ(ଆଫ୍‍ସ୍ପା) ଅବଧି ଆଉ ୬ ମାସ ବୃଦ୍ଧି କରାଯାଇଛି। ବୁଧବାର ଦିନ ଆସାମ ସରକାର ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଆଫ୍‍ସ୍ପା ଅବଧି ବୃଦ୍ଧି ସମ୍ପର୍କରେ ଆସାମ ପୁଲିସ ସ୍ୱତନ୍ତ୍ର ମହାନିର୍ଦେଶକ ପଲ୍ଲବ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ଏବେ ସ୍ଥିତି ଶାନ୍ତ ରହିଛି। କିନ୍ତୁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇ ନଥିବାରୁ ଆଫ୍‍ସ୍ପା ପ୍ରତ୍ୟାହାର ପାଇଁ ଚିନ୍ତା କରାଯାଇପାରିବନାହିଁ।

Leave A Reply