ଆପଣଙ୍କ କାନରେ ଚୁଟି ଉଠୁଛି କି ସାବଧାନ ଦେଖାଦେଇପାରେ ଏହି ବିପଦ

0

କିଛି ଲୋକଙ୍କର କାନରେ ଚୁଟି ଉଠିଥାଏ। ଯହା ଖାଲି ଆଖିକୁ ଭଲ ଦେଖାଯାଏ ନାହିଁ, ଅର୍ଥାତ ଏହା ଆପଣଙ୍କ ସୌନ୍ଦର୍ଯ୍ୟ ଉପରେ ପ୍ରଭାବ ପକାଇଥାଏ। ସାଧାରଣତଃ ଆପଣଙ୍କ ଶରୀର ଖରାପ ଥିଲେ କାନରେ ଚୁଟି ଉଠିଥାଏ। ଏକ ଗବେଷଣାରୁ ପ୍ରକାଶ ଯେ କାନରେ ଚୁଟି ଉଠିବା ଏକ ଜୀବନ ନେଲା ଭଳି ରୋଗ ସୃଷ୍ଟି କରିପାରେ। ଆସନ୍ତୁ ଜାଣିବା କିଭଳି।

୨୦୧୬ ମସିହାରେ ହୋଇଥିବା ଏକ ଗବେଷଣା ଅନୁସାରେ ଯେଉଁ ଲୋକମାନଙ୍କର କାନରେ ଚୁଟି ଉଠିଥାଏ , ସେମାନେ ହୃଦୟଜନିତ ରୋଗରେ ପୀଡିତ ଥାଆନ୍ତି। ଖାସକରି ଏହି ଲୋକମାନେ କେବେବି ହୃଦ ରୋଗର ଶିକାର ହୋଇପାରନ୍ତି।

ଆଜିର ସମୟରେ ଅଧିକ ବ୍ୟସ୍ତ ବହୁଳ ଜୀବନଶୈଳୀ କାରଣରୁ କାନରେ ଚୁଟି ଉଠିବା ଭଳି ସମସ୍ୟ ଦେଖାଯାଇଥାଏ। କିନ୍ତୁ ଅଧିିକାଂଶ ଏହିଭଳିି ସମସ୍ୟା ସିଗାରେଟ ପିଉଥିବା ଲୋକଙ୍କ ଠାରେ ଦେଖାଯାଏ।
ଗବେଷଣା ଅନୁସାରେ ଆପଣଙ୍କ କାନ ଏବଂ ହୃଦଘାତ ମଧ୍ୟରେ ନିବିଡ ସମ୍ପର୍କ ରହିଛି। ୧୯୭୩ରେ ଡ.ସାଣ୍ଡରସ ଟି ଫ୍ରାନˆ ଏବଂ ତାଙ୍କ ଦଳ ଗବେଷଣାରୁ ଜାଣିଛନ୍ତି ଯେଉଁ ଲୋକମାନଙ୍କ କାନରେ ଚୁଟି ଉଠିଥାଏ ସେହି ଲୋକମାନଙ୍କ ଠାରେ ହୃଦଘାତ ହେବାର ଅଧିକ ସମସ୍ୟା ଦେଖାଦେଇଥାଏ।
ଯଦି ଆପଣଙ୍କ କାନରେ ଚୁଟି ଉଠୁଛି ତେବେ ଏହାକୁ ସାଧାରଣ ଭାବେ ନ ନେଇ ତୁରନ୍ତ ଏଥିନେଇ ସତର୍କ ହୁଅନ୍ତୁ।

Leave A Reply