ଆଦିବାସୀ ମାନ୍ୟତାକୁ ଚାହିଁ ବସିଛନ୍ତି ରାଜ୍ୟର ୧୭୦ ସମ୍ପ୍ରଦାୟ

ନବରଙ୍ଗପୁର (ବାଙ୍କବିହାରୀ ବିଷୋୟୀ): ଓଡିଶାର ୧୭୦ଟି ଜାତି/ଉପଜାତି/ସଂପ୍ରଦାୟ ଆଦିବାସୀ ମାନ୍ୟତା ଅପେକ୍ଷାରେ ରହିଛନ୍ତି। ଏହି ଜାତିର ଲୋକଙ୍କର ଅନ୍ୟାନ୍ୟ ଆଦିବାସୀଙ୍କ ଭଳି ଚାଲିଚଳଣି, ଆଚାର ବ୍ୟବହାର, ବେଶଭୂଷା ଓ ପରମ୍ପରା ରହିଛି। ସମାଜର ଅତିପଛୁଆ ଭାବେ ରହିଥିବା ଏହି ଲୋକେ ଆଦିବାସୀର ମାନ୍ୟତା ପାଇ ନଥବାରୁ ଆଦିବାସୀଙ୍କ ପାଇଁ ରହିଥିବା ସମସ୍ତ ସରକାରୀ ସୁବିଧାସୁଯୋଗରୁ ବଞ୍ଚିତ ହେଉଛନ୍ତି।


ଏହି ଜାତିଗୁଡିକ ହେଲା ଅମନାତିଆ, ଭତ୍ତଡା, ଭତ୍ତରା, ବଡଭତ୍ତରା, ବାନ୍ଦା ପରଜା, ବନ୍ଦ ପରଜା, ବେଲଧର ଗଣ୍ଡ, ବୁଦୁକନ୍ଧ, ବୁଧାକନ୍ଧ, ବୁରୀକନ୍ଧ, ବୁଦା କନ୍ଧ, ବଡଶବର,ବଡଶବର୍‍, ବଭିଲି ସୈାରା, ଭୁକ୍ତା, ଭଗିଆ, ଭକ୍ତା, ଭାକ୍ତା, ଭାଗତା, ଭାଘତା, ଭୁଇନ୍ୟା, ଭୂମିଆ, ଭୂମିଜା, ବୋଇ ଗାଦବା, ବାରେଙ୍ଗ ଝଡିଆ ପରଜା, ଚେରେଙ୍ଗା କଲ୍‍ହା, ଚାପୁଆ କମାର, ଧୁରବା/ଧୁରୁବା/ଧୁରୁଆ, ଦେଶିଆ କନ୍ଧ, ଡଙ୍ଗରିଆ କନ୍ଧ, ଦେଶୁଆ କନ୍ଧ, ଦେଶୀ କନ୍ଧ, ଡୁଡୁ କନ୍ଧ, ଡଙ୍ଗୁରିଆ କନ୍ଧ, ଡଙ୍ଗରିଆ କନ୍ଧ, ଦୁଧଖାରିଆ, ଡାଲକି ଖାରିଆ, ଧାନ ଗରା, ଇରାଙ୍ଗମୁଣ୍ଡା, ଇରାଙ୍ଗ କଲହା, ଗମ୍ପାକୋୟା, ଗୁମ୍ପାକୋୟା, ଗନ୍ତର ସାଓରା, ଯଦୁଶବର, ଜୁରେଇ ଶବର, ଜାଥିସଓରା, ଯଦୁ ସଓରା, ଜାଥି ସବର, ଯୋଡିଆ କନ୍ଧ, କଉର, କୁନୱର/କନୱାର, କୁଟିଆ କନ୍ଧ, କନ୍ଧଗୌଡ, କନ୍ଧ ପରଜା, କନ୍ଧା ପରଜା, କମ୍ପା ସୌରା, କାମ୍ପ ସଓରା, କୁମ୍ବି ସଓରା, କୁରୁମ୍ବା ସଓରା, କୁଡୁବା ସଓରା, କମ୍ପର ସଓରା, କଲହା ଲହରା, ଖଣ୍ଡାୟତ ଭୁଇନା, କାଓରା, କଇଟର, କଲାଙ୍ଗ, କାଦାର କଲାଙ୍ଗ, କନ୍ଧିଆ, କଲକମାର, ଲୁହୁରା, ଲହରା, ଲହାର, ଲୁହାର, ଲଧା ଖଡିଆ, ମେରିଆ ଗଣ୍ଡ, ମାଲୁଆ କନ୍ଧ, ମୁଲି କନ୍ଧ, ମାନେ ଶବର, ମୁଥା ସବର, ମୁଥା ସଓରା, ମାନା ସଓରା, ମୁସାରା କୋୟା, ମାଲାହା ସଓରା, ମାଲାସବର, ମାକଡିଆ, ନାଗେଶ୍ୱର, ନାଗାବଂଶୀ ମୁଣ୍ଡା, ଓଲେରା ଗାଦବା, ଓରିଆ ସଓରା, ଓହିଆ କନ୍ଧ,ପେଙ୍ଗା ପରଜା, ପେଙ୍ଗୁପରଜା, ପର୍‍ଜା, ପର୍‍ଜିଆ, ପରଜା ଭୂୟାଁ, ପୈାରୀଭୂୟାଁ, ପୈାଡି ଭୂଁୟାଁ, ପାଇକ ଭୂୟାଁ, ପାଇଡି ଭୂୟାଁ, ପରଜ ଭୂୟାଁ, ପ୍ରଜା ଭୂୟାଁ, ପୁରନ୍‍/ଭଞପୁରନ୍‍/ତମାଡିଆ ପୁରନ୍‍/ତାମୁଡିଆ ପୁରନ୍‍/ତାମୁରିଆ ପୁରନ୍‍/ତାମାରିଆ ପୁରନ, ପାହାଡିଆ ଖାରିଆ, ପେଙ୍ଗୁକନ୍ଧ, ପତ୍ରା ସବର, ପାବା, ରାଜକୁଲି ଭୂୟାଁ, ରାଉତାଲି ଭୂୟାଁ, ରାଜକଲି ଭୂୟାଁ, ରାଜାକନଧ, ରାଉଟିଆ, ସୁଧସୌରା, ସୁନା ସଓର,, ସୁଧାସବର, ସୁଧା ସଓରା,
ସାନ ଭତ୍ତଡା, ସାନ ଗାଦବା, ସତରା ଖାରିଆ, ସେଲିଆ ପରଜା, ସିଙ୍ଗଲାଲ ଭୂମିଜା, ସାଏରା, ତାଙ୍କଲା ସବର, ତାଙ୍କଲା ସଓରା, ତାମଡିଆ ଭୂମିଜା, ତାମୁଡିଆ ଭୂମିଜ, ତାମୁଣ୍ଡିଆ ଭୂମିଜ, ତାମରିଆ, ତାମୁଲିଆ ଭୂମିଜ, ତାମଡିଆ ଭୂମିଜ, ତାମରିଆ, ତାଲି ଭୂମିଜ, ଟିକିରିଆକନ୍ଧ, ଟିକିରାକନ୍ଧ୍‍, ଉରମ୍‍, ଧୂରୁଆ,ନାକାସିଆ/ନାକ୍ସିଆ, କନ୍ଧକୁମ୍ଭାର, ତଳନାଗୌଡ,ଝଡିଆ,ଓରାମ/ଉରାନ,ଅନତିଦୋରା/ଇନାତିଦୋରା, ମୁରିଆ, ପାଇକ ଭୁୟାଁ, ପହରିଆ, ଓରାନ ମୁଦି, ସୁଅଲଗିରି(ଶବର).ଭାସୁ ସଓରା/ବାସୁ ସଓରା, ମନିଦୋରା, ମନଦୋରା, ମାନେ ଦୋରା, କନ୍ଧରେଡି, କନ୍ଧ ରେଡ୍ଡି, ଭିଲ, କୁଇକନ୍ଧ, ମୁକାଦୋରା/ନୁକାଦୋରା, ଚୁକତିଆ ଭୁଞ୍ଜିଆ, କଉର/କନର/କୁନର/କନୱର/କୁଅନର, ଝାଡୁଆ ବିନ୍ଧାଣି, ପାଉଡି /ପାଉରୀ ଭୁୟାଁ, ପୁଟିୟା/ପୁଟିଆ/ଦୁଲିଆ/ଧୂଲିଆ/ପୁଟ୍ରିପାଇକ/ଦୁଲିଆ ପାଇକ/ଧୁଲିଆ ପାଇକ, ଭୂୟିଆର, ଭୂୟିହାର, ଭୁହିନ୍ୟାର, ଭୁହିନ୍‍ହାର ଓ ରାଜୁଆଲ/ରାଜୁଆଡ ପ୍ରଭୃତି। ଏସବୁ ଜାତି ଓ ଉପଜାତିକୁ ଆଦିବାସୀ ମାନ୍ୟତା ପାଇଁ ଦାବି ହେଉଛି।
ଏ ସଂପର୍କରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କର ନିକଟରେ ସୁପାରିସ କରିଛନ୍ତି। ଏହାକୁନେଇ ବରିଷ୍ଠ ଆଦିବାସୀ ନେତା ତଥା ନବରଙ୍ଗପୁରର ପୂର୍ବତନ ସାଂସଦ ଇଂ.ବଳଭଦ୍ର ମାଝୀ ଗତ ୨୦୧୫-୧୬ ମସିହାରେ ବିଭିନ୍ନ ପ୍ରଶ୍ନ କରିଥିଲେ। ୨୦୧୮ରେ ଲୋକସଭାରେ ପ୍ରଶ୍ନ ୧୯୬୮ର ଉତ୍ତର ଦେଇ ରାଜ୍ୟ ସରକାର କରିଥିବା ସୁପାରିସ ଭାରତ ସରକାରଙ୍କର ରେଜିଷ୍ଟ୍ରାର ଜେନେରାଲ ଅଫ ଇଣ୍ଡିଆ (ଆରଜିଆଇ)କୁ ଆସିଥିବା ତତ୍‍କାଳୀନ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସୁଦର୍ଶନ ଭଗତ କହିଥିଲେ। ଆର୍‌ଜିଆଇ ଏହାର ଅନୁଧ୍ୟାନ କରିବା ପରେ କେନ୍ଦ୍ର ସରକାରଙ୍କର ନିକଟକୁ ପଠାଇଥାଏ। ପରେ କେନ୍ଦ୍ର ସରକାର ଏହାକୁ ଅନୁସୂଚିତ ଜନଜାତି କମିସନକୁ ଅନୁମୋଦନ ପାଇଁ ପଠାଇଥାନ୍ତି। କମିସନ ଅନୁମୋଦନ କରିବା ପରେ କେନ୍ଦ୍ର ସରକାରଙ୍କର କ୍ୟାବିନେଟକୁ ନିଷ୍ପତ୍ତି ପାଇଁ ପଠାଯାଇଥାଏ। ଏହା ପରେ ଏହି ବିଲକୁ ସଂସଦରେ ସଂଶୋଧନ କରି ଏହାକୁ ରାଷ୍ଟ୍ରପତିଙ୍କ ଆଦେଶ ପାଇଁ ପଠାଯାଇଥାଏ। ଏହାପରେ ଏହା ବିଜ୍ଞପ୍ତି ପ୍ରକାଶ ପାଇ ଆଇନରେ କାର୍ଯ୍ୟକାରୀ ହୋଇଥାଏ।
ତେବେ ଓଡିଶାରୁ ପଠାଯାଇଥିବା ତାଲିକାରେ ତ୍ରୁଟିଥିବା ଦର୍ଶାଇ ଆର୍‌ଜିଆଇ, ଏସ୍‌ଟି କମିସନ ଓ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ କେତେକ ଜାତି ଓ ଉପଜାତି ସଂପର୍କରେ ସବିଶେଷ ବିବରଣୀ ମାଗିଥିବାବେଳେ ଏହା ଅଟକି ରହିଥିବା ଜଣାଯାଇଛି। ରାଜ୍ୟ ସରକାର ଆନ୍ତରିକତା ସହ ସବିଶେଷ ବିବରଣୀ ଦେଇନଥିବାରୁ ଏହି ସମସ୍ତ ୧୭୦ଟି ଜାତି/ଉପଜାତି ଓ ସଂପ୍ରଦାୟ ଆଦିବାସୀ ମାନ୍ୟତାରୁ ବଞ୍ଚିତ ହୋଇଥିବା କୁହାଯାଉଛି। ରାଜ୍ୟ ସରକାର ଯୋଗ୍ୟ ଜାତି, ଉପଜାତି ଓ ସଂପ୍ରଦାୟର ଲୋକଙ୍କର ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କର ପ୍ରଶ୍ନ, ଆପତ୍ତି ଓ ଅବଲୋକନର ତ୍ୱରିତ୍‌ ତଥା ସକାରାତ୍ମକ ତଥ୍ୟ ଏବଂ ଉତ୍ତର ରଖିଲେ ଏମାନେ ଉପକୃତ ହୋଇପାରିବେ ବୋଲି ପୂର୍ବତନ ସାଂସଦ ଶ୍ରୀ ମାଝୀ ଦାବି କରିଛନ୍ତି। ଦେଶ ସ୍ୱାଧୀନତାର ୭୩ ବର୍ଷପରେ ମଧ୍ୟ ଯୋଗ୍ୟ ଜାତି ଓ ଉପଜାତିର ଲୋକ ଆଦିବାସୀ ମାନ୍ୟତାରୁ ବଞ୍ଚିତ ହୋଇ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପଛରେ ରହିଥିବାବେଳେ କୌଣସି ଭେଦଭାବ ନରଖି ତୁରନ୍ତ ପଦକ୍ଷେପ ନେଲେ ଏମାନେ ଉପକୃତ ହୋଇ ସମାଜର ମୁଖ୍ୟସ୍ରୋତକୁ ଆସିପାରିବେ।

Comments
Loading...