ପାଠାଗାର ଉଦଘାଟନ କଲେ ବିଧାୟକ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ଆଜି ସକ୍ଷମ ସଂଗଠନ ତରଫରୁ ଏକ ଦିବସୀୟ ଭଲିବଲ୍ ପ୍ରତିଯୋଗିତା ଉଦଘାଟିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ବଦ୍ରିନାରାୟଣ ପାତ୍ର ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଛନ୍ତି । ପ୍ରତିଯୋଗିତାରେ ଜିଲ୍ଲା ଓ ଜିଲ୍ଲା ବାହାରର ୬ଟି ଭଲି ଦଳ ଅଂଶଗ୍ରହଣ କରିଛନ୍ତି ।
ସେହିପରି ସାନ୍ତରାପୁର ଠାରେ ବିଧାୟକ ପାଣ୍ଠିରେ ୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ନୂତନ ପାଠାଗାରକୁ ମଧ୍ୟ ଶ୍ରୀ ପାତ୍ର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ଉପ ସଭାପତି ଶେଖ୍ ଇମ୍ରାନ୍ , ସ୍ଥାନୀୟ ସରପଞ୍ଚ ଅନାଦି ଚରଣ ସିଂ, ସମିତି ସଭ୍ୟ କାର୍ତ୍ତିକ ନାୟକ, ଶେଖ୍ ତାହିର୍ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Comments are closed.