ଲାଞ୍ଚ ନେଇ ଜିଲା ଶ୍ରମ ଅଧିକାରୀ ଗିରଫ

ଭୁବନେଶ୍ବର : ମୃତ୍ୟୁକାଳୀନ ସହାୟତା ପ୍ରଦାନ କରିବା ଲାଗି ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କନ୍ଧମାଳ ଜିଲା ଶ୍ରମ ଅଧିକାରୀ ରଞ୍ଜନ କିଶୋର ବେହେରା ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି। ପ୍ରକାଶ ଯେ ଟିକାବାଲିର ଆଞ୍ଚଳିକ ବିଶ୍ବକର୍ମା ଶ୍ରମିକ ସଂଘ ସଭାପତି ବାବୁଜ ପ୍ରଧାନ ନିଜ ପିତା ଓ ଅନ୍ୟ ୪ଜଣଙ୍କ ମୃତ୍ୟୁକାଳୀନ ସହାୟତା ବାବଦ ଟଙ୍କା ପାଇଁ ଆବେଦନ କରିଥିଲେ। ମୃତକଙ୍କ ଉତ୍ତରାଧିକାରୀଙ୍କୁ ଅର୍ଥ ଦେବାଲାଗି ଶ୍ରୀ ବେହେରା ଟଙ୍କା ଦାବି କରିଥିଲେ। ଏ ନେଇ ଶ୍ରୀ ପ୍ରଧାନ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଜି ଶ୍ରୀ ବେହେରା ନିଜ କାର୍ଯ୍ୟାଳୟରେ ଲାଞ୍ଚ ଗ୍ରହଣ କରୁଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ କର୍ମଚାରୀଙ୍କ ହାତରେ ଧରାପଡିଥିଲେ। ଏଥିସହ ଫୁଲବାଣୀସ୍ଥିତ ସରକାରୀ ବାସଭବନ ଓ କଟକସ୍ଥିତ ବାସଭବନ ଉପରେ ମଧ୍ୟ ଚଢାଉ କରାଯାଇଛି।

Comments are closed.