୮୪ ବର୍ଷ ବୟସରେ ବି ଲୋକପ୍ରିୟ ନେତା

0

ଯୋଧପୁର: ରାଜସ୍ଥାନର ବାଚସ୍ପତି କୈଳାସ ମେଘୱାଲ ୮୪ ବର୍ଷ ବୟସରେ ମଧ୍ୟ ନିଜର ଲୋକପ୍ରିୟତା ବଜାୟ ରଖିଛନ୍ତି। ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ବିଜେପିକୁ ପରାଜିତ ହେବାକୁ ପଡିଥିଲେ ମଧ୍ୟ ମେଘୱାଲ ଏଭଳି ସଫଳତା ଲାଭ କରିଛନ୍ତି; ଯାହା ଦଳର ଅନ୍ୟ କୌଣସି ବିଧାୟକଙ୍କୁ ମିଳି ନାହିଁ। ବୟସାଧିକ୍ୟ ଏବଂ ଅସୁସ୍ଥତା କାରଣରୁ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ସ୍ଥିତିରେ ନ ଥିଲେ। ଏହା ସତ୍ତ୍ବେ ଭିଲୱାରା ଜିଲାର ଶାହପୁର ଆସନରୁ ନିର୍ବାଚନ ଲଢ଼ି ସେ କଂଗ୍ରେସ ପ୍ରାର୍ଥୀ ମହାବୀର ପ୍ରସାଦଙ୍କୁ ସର୍ବାଧିକ ୭୪,୫୪୨ ଭୋଟରେ ପରାସ୍ତ କରିଛନ୍ତି।

Leave A Reply