୫ଟି ସଚିବ ଙ୍କୁ ସାକ୍ଷାତ କଲେ ସମ୍ବଲପୁର ଜିଲା ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ

ସମ୍ବଲପୁର: ବିଗତ ଦିନରେ ସାରା ରାଜ୍ୟ ସମେତ ସମ୍ବଲପୁର ଜିଲାରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲା ପରିଷଦରେ ଶାସକ ବିଜୁ ଜନତା ଦଳ ବିପୁଳ ସଫଳତା ପ୍ରାପ୍ତ କରିଛି। ଏହି କ୍ରମରେ ସମ୍ବଲପୁର ଜିଲା ପରିଷଦର ଅଧ୍ୟକ୍ଷା ରୁପେ କୁମୁଦିନୀ ନାୟକ ଓ ଉପାଧ୍ୟକ୍ଷା ରୂପେ ମାଧବ ମିର୍ଦ୍ଧା ଦାୟିତ୍ୱ ନେଇଛନ୍ତି। ନିର୍ବାଚନରେ ଜିଣି ଦାୟିତ୍ୱ ଗ୍ରହଣ କରିବା ପରେ ଉଭୟ ଜିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନା ଗୁଡିକୁ ତ୍ୱରାନ୍ୱିତ କରିବା ନିମନ୍ତେ ଭୁବନେଶ୍ୱର ଗସ୍ତ କରିଛନ୍ତି। ଏହି କ୍ରମରେ ଉଭୟ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ଭୁବନେଶ୍ୱର ଠାରେ ୫ଟି ସଚିବ ଭି. କେ. ପାଣ୍ଡିୟାନଙ୍କୁ ସାକ୍ଷାତକାର କରିଛନ୍ତି। ଏହି ଅବସରରେ ସରକାରୀ ଯୋଜନା ଗୁଡିକୁ ଜିଲାର କୋଣ ଅଣୁକୋଣରେ ପହୁଞ୍ଚାଇବା ନିମନ୍ତେ ଶ୍ରୀ ପାଣ୍ଡିୟାନ ଉଭୟ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷାଙ୍କୁ ପରାମର୍ଶ ଦେଇଥିଲେ।

Comments are closed.