+୩ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ସୋମବାର ଅର୍ଥାତ ଆଜି ଠାରୁ ରାଜ୍ୟର ବିଭିନ୍ନ ଡ଼ିଗ୍ରୀ କଲେଜରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ଦିନ ୧୧ଟା ପରେ ଅନଲାଇନରେ ଆବେଦନ କରିପାରିବେ। ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ୱେବସାଇଟରେ ଫର୍ମ ପୂରଣ କରି ଦାଖଲ କରିପାରିବେ। ଏହାପରେ ଏହାକୁ ସାମ୍‍ସ ସେଣ୍ଟରେ ଦାଖଲ କରିବେ। ରାଜ୍ୟର ବିଭିନ୍ନ ଡ଼ିଗ୍ରୀ କଲେଜରେ କଳା, ବାଣିଜ୍ୟ ଏବଂ ବିଜ୍ଞାନ ପାଇଁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଫର୍ମ ଦାଖଲର ଶେଷ ତାରିଖ ଜୁଲାଇ ୮ ରହିଛି।

Comments are closed.