୨୦୧୯ ପାଇଁ ସରକାରୀ ଛୁଟି ଘୋଷଣା : ୪୨ ଛୁଟିରୁ ୭ ରବିବାର

0

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ ବର୍ଷ ପାଇଁ ବିଭିନ୍ନ ପୂଜା ପାର୍ବଣ ଓ ଇଚ୍ଛାଧୀନ ଛୁଟି ଲାଗି ତାରିଖ ଘୋଷଣା କରାଯାଇଛି। ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ସୋମବାର ପ୍ରକାଶିତ ନିର୍ଦେଶନାମାରେ ୨୦୧୯ବର୍ଷ ପାଇଁ ୪୨ ଦିବସ ଛୁଟି ଓ ଇଚ୍ଛାଧୀନ ଛୁଟି ଦିନ ବୋଲି ପ୍ରସ୍ତୁତ କ୍ୟାଲେଣ୍ଡରରେ ଦର୍ଶାଯାଇଛି। ତେବେ ସେଥିମଧ୍ୟରେ ୨୫ଟି ଛୁଟି ଦିବସ ସରକାରଙ୍କ କ୍ୟାଲେଣ୍ଡର ଅନୁଯାୟୀ କାର୍ଯ୍ୟଦିବସରେ ପଡୁଥିବାବେଳେ ୭ଟି ଛୁଟି କେବଳ ରବିବାର ପଡୁଛି। ରବିବାର ଛୁଟି ପଡୁଥିବା ପ୍ରମୁଖ ପୂଜା ଦିବସ ମଧ୍ୟରେ ବସନ୍ତ ପଞ୍ଚମୀ, ରାମନବମୀ, ମହାବିଷୁବ ସଂକ୍ରାନ୍ତି, ମହାଷ୍ଟମୀ, କୁମାର ପୂର୍ଣ୍ଣମୀ, ଦୀପାବଳି, ମହମ୍ମଦ ଜୟନ୍ତୀ ରହିଛି। ସେହିପରି ଇଚ୍ଛାଧୀନ ଛୁଟି ଦିବସରେ ବ୍ରହ୍ମସମାଜ ପ୍ରତିଷ୍ଠାଦିବସ, ମହାବୀର ଜୟନ୍ତୀ, ବୁଦ୍ଧପୂର୍ଣ୍ଣମୀ, ରାଜା ରାମମୋହନ ଜୟନ୍ତୀ ସାବିତ୍ରୀ ଅମାବାସ୍ୟା, ବାହୁଡା, ଅଁଳାନବମୀ, ପ୍ରଥମାଷ୍ଟମୀ, ଖ୍ରୀଷ୍ଟମାସ ଦିବସ ଓ ଇଷ୍ଟର ଶନିବାର ରହିଛି। ଗୁରୁଗୋବିନ୍ଦ ସିଂହ ଜୟନ୍ତୀ ଓ ସାହେବ ଇ-କ୍ୟୁଦାର ଦିବସ ଭଳି ଦୁଇଟି ସାଧାରଣ ଛୁଟି ଭାବେ ସରକାରଙ୍କ କ୍ୟାଲେଣ୍ଡରରେ ରହିଥିବାବେଳେ ସୁବାସ ବୋଷ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ମହାଶିବରାତ୍ରି, ପଞ୍ଚାୟତିରାଜ ଦିବସ, ଦୋଳପୂର୍ଣ୍ଣମୀ, ହୋଲି, ଉତ୍କଳ ଦିବସ, ଗ୍ରୁଡ୍‍ଫ୍ରାଇଡେ, ଇଦ୍‍ଉଲ୍ଲ ଫିତର, ପହିଲି ରଜ, ରଜ ସଂକ୍ରାନ୍ତି, ରଥଯାତ୍ରା, ଇଦ୍‍ଉଲ୍ଲ ଜୁହା, ସ୍ୱାଧୀନତା ଦିବସ, ଜନ୍ମାଷ୍ଟମୀ, ଗଣେଶ ପୂଜା, ନୂଆଖାଇ, ମହରମ୍ମ, ମହାଳୟା, ଗାନ୍ଧୀ ଜୟନ୍ତୀ, ମହାସପ୍ତମୀ, ମହାନବମୀ, ବିଜୟାଦଶମୀ, ରାସପୂର୍ଣ୍ଣମୀ ଓ ବଡ଼ଦିନକୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଇଛି।

Leave A Reply