ହେଲମେଟ୍‍ ଚେକିଂ କଲେ ପୁଡୁଚେରୀ ଗଭର୍ଣ୍ଣର

0

ପୁଡ଼ୁଚେରୀ: ପୂର୍ବତନ ଆଇପିଏସ୍‍ ଅଫିସର ତଥା ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର କିରଣ ବେଦୀ ରବିବାର ଦିନ ହଠାତ୍‍ ହେଲମେଟ ଚେକିଂ କରିଥିଲେ। ସଡ଼କ ସୁରକ୍ଷା ସଚେତନତା ଅଭିଯାନରେ କିରଣ ବେଦୀ ସାମିଲ ହେବା ସହିତ ଦ୍ରୁତ ଗତିରେ ଓ ବିନା ହେଲମେଟ୍‍ରେ ଗାଡ଼ି ଚଳାଇ ଯାଉଥିôବା ଲୋକମାନଙ୍କୁ ଅଟକାଇ ତାଗିଦ କରିଥିଲେ। ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ଠିକଠାକ ପାଳନ ହେଉନଥିବାରୁ ସେ ପୁଡ଼ୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏକ ଅଟୋ ରିକ୍ସାରେ ମାତ୍ରାଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋ ରିକ୍ସାକୁ ଅଟକାଇ ତାର ଡ୍ରାଇଭରକୁ ତାଗିଦ କରିଥିଲେ।

Leave A Reply