ହେବନି ସ୍ୱତନ୍ତ୍ର ଉଦ୍‍ଯାପନୀ ଉତ୍ସବ

0

ଭୁବନେଶ୍ୱର: ହକି ବିଶ୍ୱକପର ପ୍ରଥମ ଥର ପାଇଁ ଉଦ୍‍ଘାଟନୀ ଉତ୍ସବ ଆୟୋଜନ କରି ବିଶ୍ୱରେ ନୂତନ ଇତିହାସ ସୃଷ୍ଟି କରିଥିବା ଓଡ଼ିଶା ହକି ବିଶ୍ୱକପ-୨୦୧୮ ଭୁବନେଶ୍ୱରର ଉଦ୍‍ଯାପନୀ ଉତ୍ସବ ସ୍ୱତନ୍ତ୍ର ଭାବେ ଆୟୋଜିତ ହେବ ନାହିଁ। ଏ ନେଇ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‍) ସଭାପତି ନରେନ୍ଦ୍ର ବାତ୍ରା ସୂଚନା ଦେଇଛନ୍ତି। ହକି ବିଶ୍ୱକପରେ ଉଦଘାଟନୀ କିମ୍ବା ଉଦ୍‍ଯାପନୀ ଉତ୍ସବ ସ୍ୱତନ୍ତ୍ର ଭାବେ କେବେ ଆୟୋଜିତ ହୋଇନଥାଏ। ଓଡ଼ିଶାରେ ପ୍ରଥମ ଥର ପାଇଁ ହକି ବିଶ୍ୱକପର ଉଦ୍‍ଘାଟନୀ ଉତ୍ସବ ଆୟୋଜିତ ହକିର ଲୋକପ୍ର୍ରିୟତାକୁ ବୃଦ୍ଧି କରିଛି। ଉଦ୍‍ଯାପନୀ ଉତ୍ସବ ସମାରୋହ ନେଇ କୌଣସି ଯୋଜନା ନାହିଁ ବୋଲି ଏଫଆଇଏଚ୍‍ ସଭାପତି ବାତ୍ରା କହିଛନ୍ତି।

Leave A Reply