ହରିବଂଶ ରାଜ୍ୟସଭା ଉପାଧ୍ୟକ୍ଷ

0

ନୂଆଦିଲ୍ଲୀ: ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ହରିବଂଶ ନାରାୟଣ ସିଂହ ନିର୍ବାଚିତ ହୋଇଛନ୍ତି। ଏନ୍‍ଡିଏ ତରଫରୁ ପ୍ରାର୍ଥୀ ହୋଇଥିବା ଜେଡୁୟୁ ନେତା ହରିବଂଶ ବିରୋଧୀ ତଥା କଂଗ୍ରେସ ପ୍ରାର୍ଥୀ ବି କେ ହରିପ୍ରସାଦଙ୍କୁ ୨୦ଟି ଭୋଟରେ ହରାଇ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ହରିବଂଶ ୧୨୫ଟି ଭୋଟ ପାଇଥିବା ବେଳେ ହରିପ୍ରସାଦ ୧୦୫ଟି ଭୋଟ ପାଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ୍‍ ଭେଙ୍କୟାନାଇଡ଼ୁ ନିର୍ବାଚନ ଫଳାଫଳ ଘୋଷଣା କରିବା ସହିତ ହରିବଂଶଙ୍କୁ ଉପାଧ୍ୟକ୍ଷ ଘୋଷଣା କରିଛନ୍ତି। ଏହି ନିର୍ବାଚନରେ ବିଜେଡିର ଭୂମିକା ନିର୍ଣ୍ଣାୟକ ଥିବା ବେଳେ ବିଜେଡି ସାଂସଦମାନେ ଏନ୍‍ଡିଏ ପ୍ରାର୍ଥୀ ହରିବଂଶଙ୍କୁ ଭୋଟ ଦେଇଥିବା ଜଣାପଡ଼ିଛି।

Leave A Reply