ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା: ଶଶି ଥରୁରଙ୍କୁ ଜାମିନ

0

ନୂଆଦିଲ୍ଲୀ: ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଆଜି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର୍‍ଙ୍କୁ ସାମୟିକ ଆଶ୍ୱସ୍ତି ମିିଳିଛି। ଥରୁର୍‍ଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଶନିବାର ଦିନ ନିୟମିତ ଜାମିନ୍‍ ପ୍ରଦାନ କରିଛନ୍ତି। ଗତ ଜୁନ୍‍ ୫ ତାରିଖରେ ପଟିଆଲା ହାଉସ୍‍ କୋର୍ଟ ପକ୍ଷରୁ ଥରୁରଙ୍କୁ ଆଗୁଆ ଜାମିନ ପ୍ରଦାନ କରାଯାଇଥିଲା। ୧ ଲକ୍ଷ ଟଙ୍କାର ବେଲ୍‍ ବଣ୍ଡ ଓ ଅଦାଲତଙ୍କ ବିନାନୁମତିରେ ଦେଶ ଛାଡ଼ି ନ ଯିବା ସର୍ତ୍ତରେ ଉକ୍ତ ଜାମିନ ପ୍ରଦାନ କରାଯାଇଥିଲା ଏବଂ ଜୁଲାଇ ୭ତାରିଖରେ କୋର୍ଟରେ ହାଜର ହେବା ପାଇଁ ନିର୍ଦେଶ ଥିଲା। ଆଜି ଉକ୍ତ ସର୍ତ୍ତ ପୂରଣ କରିବା ପରେ ଥରୁର୍‍ଙ୍କୁ ନିୟମିତ ଜାମିନ ମିଳିଛି। ଜୁଲାଇ ୨୬ ତାରିଖରେ ସର୍ତ୍ତ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ଯାଞ୍ଚ ହେବ ବୋଲି ଅଦାଲତ କହିଛନ୍ତି।
୨୦୧୪, ଜାନୁଆରୀ ୧୭ ତାରିଖରେ ଥରୁରଙ୍କ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲ୍‍ରେ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ଘଟଣାରେ ଥରୁର୍‍ଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇ ଦିଲ୍ଲୀ ପୁଲିସ ଗତ ମେ’ ୧୪ ତାରିଖରେ ଚାର୍ଜସିଟ୍‍ ଦାଖଲ କରିଥିଲା। ଥରୁରଙ୍କ ନାମରେ ଭାରତୀୟ ଦଣ୍ଡବିଧିର ୩୦୬ ଓ ୪୯୮ ଧାରାରେ ମାମଲା ରୁଜୁ କରାଯାଇଥିଲା।

Leave A Reply