ସୁଧହାର ୨୫ ବେସିସ୍‌ ପଏଣ୍ଟ କମିପାରେ

ଅଗଷ୍ଟ ୪ରୁ ଆର୍‌ବିଆଇ ମୁଦ୍ରାନୀତି ସମୀକ୍ଷା ବୈଠକ

ନୂଆଦିଲ୍ଲୀ:ଆସନ୍ତା ମାସ ୪ରୁ ୬ ଯାଏ ତିନି ଧରି ଆରମ୍ଭ ହେବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ମୁଦ୍ରାନୀତି କମିଟି(ଏମ୍‌ପିସି)ର ସମୀକ୍ଷା ବୈଠକ  ସମ୍ପ୍ରତି କୋଭିଡ୍‌-୧୯ର ପ୍ରଭାବ ସମସ୍ତ କ୍ଷେତ୍ରରେ ନଜରରେ ରଖି କେନ୍ଦ୍ର ବ୍ୟାଙ୍କ ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିପାରେ ା ଏମିତିକି ବୈଠକରେ ରିଜର୍ଭ ବ୍ୟାଙ୍କ ପୂର୍ବଭଳି ପୁନର୍ବାର ସୁଧହାର ହ୍ରାସ ଘଟାଇବାର ଯଥେଷ୍ଟ ସମ୍ଭାବନା ରହିଛି ା ଆର୍‌ବିଆଇ ଚଳିତଥର ଏହାର ପ୍ରମୁଖ ସୁଧହାରରେ ଅତିକମ୍‌ରେ ୨୫ ବେସିସ୍‌ ପଏଣ୍ଟ ହ୍ରାସ ଘଟାଇପାରେ ା ପ୍ରଥମେ ମାର୍ଚ୍ଚ ଏବଂ ପରେ ମେ’ରେ ରିଜର୍ଭ ବ୍ୟାଙ୍କ ସୁଧହାରରେ ୧୧୫ ବେସିଓ୍‌ ପଏଣ୍ଟ ହ୍ରାସ କରିଛି ା ତେବେ ଚଳିତଥର ବ୍ୟାଙ୍କ ଦ୍ବାରା ରିଭର୍ସ ରେପୋ ହାରରେ ମଧ୍ୟ ୩୫ ବେସିସ୍‌ ପଏଣ୍ଟ ହ୍ରାସ ଆଶଙ୍କା କରାଯାଉଛି ା

Comments are closed.