ସିଦ୍ଧୁ ଶାନ୍ତିଦୂତ: ଇମ୍ରାନ୍‍ ଖାନ୍‍

0

ନୂଆଦିଲ୍ଲୀ: ପାକିସ୍ତାନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‍ ଭାରତର ପୂର୍ବତନ କ୍ରିକେଟ ତାରକା ତଥା ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ସମର୍ଥନରେ ଖୋଲାଖୋଲି ନିଜ ପକ୍ଷ ରଖିଛନ୍ତି। ସିଦ୍ଧୁ ଜଣେ ଶାନ୍ତଦୂତ ବୋଲି ଇମ୍ରାନ କହିବା ସହିତ ଏଭଳି ଘଟଣାରେ ଆରମ୍ଭ ହୋଇଥିବା ବିବାଦ ବନ୍ଦ ହେବା ଉଚିତ ବୋଲି ମତବ୍ୟକ୍ତ କରିଛନ୍ତି।
ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବରେ ସିଦ୍ଧୁ ଯୋଗ ଦେବା ସହ ପାକ୍‍ ସେନାମୁଖ୍ୟଙ୍କୁ ଆଲିଙ୍ଗନ କରି ବିବାଦରେ ଛନ୍ଦି ପଡ଼ିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ମଧ୍ୟ ସିଦ୍ଧୁଙ୍କ ଏଭଳି କାର୍ଯ୍ୟର ସମାଲୋଚନା କରିଛନ୍ତି। ଏପରିକି ଦଳ ଭିତରେ ମଧ୍ୟ ସିଦ୍ଧୁଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଭଳି ପରିସ୍ଥିତିରେ ଇମ୍ରାନ ଖାନ୍‍ ଟ୍ୱିଟ୍‍ରେ ସିଦ୍ଧୁଙ୍କୁ ତାଙ୍କ ଆଭିମୁଖ୍ୟ ପାଇଁ ପ୍ରଶଂସା କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିବାରୁ ସିଦ୍ଧୁଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରସଙ୍ଗକୁ ନେଇ ସମାଲୋଚନା ଉଚିତ ନୁହେଁ ଟ୍ୱିଟ୍‍ରେ ଇମ୍ରାନ ପରାମର୍ଶ ଦେଇଛନ୍ତି। ଯେଉଁମାନେ ଏଭଳି ଆଲୋଚନାକୁ ପ୍ରୋତ୍ସାହିତ କରୁଛନ୍ତି ସେମାନେ କଦାପି ଭାରତ-ପା୍‍କ୍‍ ସମ୍ପର୍କକୁ ନେଇ ଏଭଳି ନାକାରାତ୍ମକ ମନ୍ତବ୍ୟ ଦେବା ଉଚିତ ନୁହେଁ ବୋଲି ସେ ଛନ୍ତିି। ଅପରପକ୍ଷରେ ଏଭଳି ଘଟଣାରେ ଛନ୍ଦି ପଡ଼ିଥିବା ସିଦ୍ଧୁ ମଧ୍ୟ ପାକ୍‍ ସେନା ମୁଖ୍ୟଙ୍କ ସହ ତାଙ୍କ ବ୍ୟବହାର ବାଜପେୟୀ ଓ ମୋଦୀଙ୍କ ସହ ତୁଳନା କରିଛନ୍ତି।

Leave A Reply