ସାକ୍ଷୀଗୋପାଳ ଜଳସମ୍ପଦ ବିଭାଗ ଆଗରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ

0

ସୁଆଣ୍ଡୋ : ପୁରୀ ଜିଲା ସାକ୍ଷୀଗୋପାଳ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟବାଦୀ ବିଜେପି ଯୁବମୋର୍ଚ୍ଚା ତରଫରୁ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ପିସି କାରବାର ହେଉଥିବା ଅଭିଯୋଗ ନେଇ ରାଜ୍ୟରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଗାମୀ ଦିନରେ ସତ୍ୟବାଦୀର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଏହିପରି ବିକ୍ଷୋଭ ଧାରଣା କରାଯିବ ବୋଲି ଜିଲା କାର୍ଯ୍ୟକାରିଣୀ ସଭ୍ୟ ଅମର ଶତପଥୀ କହିଥିଲେ । ଏଥିରେ ଜିଲା ଯୁବମୋର୍ଚ୍ଚାର ସଭାପତି ଜୟନ୍ତ ଦାଶ, ଉପସଭାପତି ନିଶିକାନ୍ତ ପ୍ରଧାନ, ଉମେଶ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ସମେତ ଶତାଧିକ ବିଜେପି ଯୁବମୋର୍ଚ୍ଚା କର୍ମୀ ଅଂଶଗ୍ରହଣ କରିଥିଲେ ।

Leave A Reply