ସାଂସଦମାନେ ଶୃଙ୍ଖଳିତ ହୁଅନ୍ତୁ: ବାଚସ୍ପତି

0

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ଆରମ୍ଭରୁ ଅଦ୍ୟାବଧି ଗୋଟିଏ ଦିନ ବି ଗୃହ ଯଥାଯଥ କାର୍ଯ୍ୟ କରିପାରି ନାହିଁ। ବିଭିନ୍ନ ରାଜନୈତିକ ଦଳଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗହ ଦୀର୍ଘ ୯ଦିନ ଧରି ଅଚଳ ରହୁଛି। ଏହି ପରିପ୍ରେକ୍ଷୀରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ପୁନର୍ବାର କ୍ଷୋଭ ପ୍ରକାଶ କରିଛନ୍ତି। ‘ସାଂସଦମାନେ ଜନତାଙ୍କ ପ୍ରତିନିଧି। ଜନତାଙ୍କ ପ୍ରତିନିଧି ଭାବେ ସେମାନେ ନିର୍ବାଚିତ ହୋଇ ଏଠାକୁ ଆସିଛନ୍ତି। ଜନତାଙ୍କ ସ୍ବାର୍ଥରକ୍ଷା ପାଇଁ ଗୃହର କାର୍ଯ୍ୟ ଯେମିତି ଠିକ୍‌ ଭାବେ ଚାଲିବ ସେଥିପ୍ରତି ସେମାନେ ଦାୟିତ୍ବବାନ୍‌ ହେବା ଉଚିତ। ସେମାନଙ୍କଠାରୁ ଆତ୍ମଶୃଙ୍ଖଳା ଆଶା କରାଯାଏ। ଗୃହ ଚଳାିବା ଆମେ ଯଥେଷ୍ଟ ଉଦ୍ୟମ କରୁଛୁ; ଏଥିପାଇଁ ସବୁ ଦଳଙ୍କ ସହଯୋଗ ଲୋଡ଼ୁଛୁ। ସାଂସଦମାନେ ଏଥିପ୍ରତି ଧ୍ୟାନ ଦେବା ଉଚିତ।’ ଶୁକ୍ରବାର ସଂସଦର ବିଧି କମିଟି ବୈଠକରେ ଅଧ୍ୟକ୍ଷତା କରି ବାଚସ୍ପତି ଏଭଳି କହିଛନ୍ତି। ବୈଠକରେ ଗୃହର ସୁପରିଚାଳନା ସମ୍ପର୍କରେ ଆଲୋଚନା ହୋଇଥିଲା; ତେବେ ସେ ବିଶୃଙ୍ଖଳିତ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। କାର୍ଯ୍ୟାନୁଷ୍ଠାନ ଅପେକ୍ଷା ଶୃଙ୍ଖଳା ଜ୍ଞାନ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଳଲ। ବାଚସ୍ପତି ସାଂସଦମାନଙ୍କୁ ଆକ୍ଷେପ ପୂର୍ବକ ସେମାନେ ସ୍କୁଲ ପିଲାଙ୍କ ଭଳି ହେଉଥିବା କହିଥିଲେ।

Leave A Reply