ସର୍ଦ୍ଦାର ରାଜା ମେଡିକାଲ କଲେଜର ମାଲିକ ଚିକିତ୍ସାଳୟରେ ଭର୍ତ୍ତି

0

ଭବାନୀପାଟଣା: ସର୍ଦ୍ଦାର ରାଜାସ୍‌ ମେଡିକାଲ କଲେଜର ମାଲିକ ଏ.ଜେ ରାଜାଙ୍କୁ ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଭର୍ତ୍ତି କରଯାଇଛି। ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଶ୍ରୀରାଜାଙ୍କୁ  ତାମିଲ୍‌ନାଡ଼ୁରୁ ଗିରଫ କରି ତାଙ୍କୁ ଶୁକ୍ରବାର ଓଡ଼ିଶା ଆଣିଥିଲେ। ରାତି ୧୦ଟା ସମୟରେ ତାଙ୍କୁ ଜୁନାଗଡ ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଥିଲା।  ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଧର୍ମଗଡ ଉପକାରାଗାରକୁ ପଠାଇ ଦିଆଯାଇଥିଲା । ହଠାତ ଶନିବାର ସକାଳ ୫ଟା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ଜେଲ କର୍ତ୍ତୃପକ୍ଷ ତୁରନ୍ତ ଶ୍ରୀ ରାଜାଙ୍କୁ ଆଣି କଡାସୁରକ୍ଷା ମଧ୍ୟରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Leave A Reply