ସରପଞ୍ଚଙ୍କ ସଭ୍ୟପଦ ରଦ୍ଦ

0

ବ୍ରହ୍ମପୁର: ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅନ୍ତର୍ଗତ ବି କରଡ଼ାବାଡି ପଞ୍ଚାୟତର ସରପଞ୍ଚ ସୀମାଞ୍ଚଳ ପ୍ରଧାନଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। ବୁଗୁଡା ସିଭିଲ ଜଜ ତଥା ଜେଏମ୍ଏଫ୍ସି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ନିର୍ବାଚନ ସମୟରେ ନିଜର ସନ୍ତାନ ସନ୍ତତିଙ୍କ ସମ୍ପର୍କରେ ଭୁଲ ତଥ୍ୟ ପ୍ରଦାନ କରିଥିବାରୁ ତାଙ୍କ ସଭ୍ୟପଦ ରଦ୍ଦ କରାଯାଇଛି। ନିଜର ୩ଟି ସନ୍ତାନ ଥିବା ସତ୍ତ୍ୱେ ଏହି ତଥ୍ୟକୁ ସେ ପ୍ରକାଶ ନକରି ଲୁଚାଇଥିଲେ। ଏନେଇ ସୀମାଞ୍ଚଳଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ପରାଜିତ ପ୍ରାର୍ଥୀ ବିଷ୍ଣୁପ୍ରିୟା ନାୟକ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଆଜି ଚୂଡାନ୍ତ ରାୟ ପ୍ରକାଶ ପାଇଛି। ସୀମାଞ୍ଚଳଙ୍କ ସରପଞ୍ଚ ପଦକୁ ରଦ୍ଦ କରିବା ସହ କୋର୍ଟ ପରାଜିତ ପ୍ରାର୍ଥୀ ତଥା ଅଭିଯୋଗକାରୀ ବିଷ୍ଣୁ ପ୍ରିୟା ନାୟକଙ୍କୁ ସରପଞ୍ଚ ଦାୟିତ୍ୱ ପ୍ରଦାନ କରିବାକୁ ବୁଗୁଡା ବିଡିଓଙ୍କୁ ନିର୍ଦେଶ ଦେଇଛନ୍ତି। ୧୫ ଦିନ ମଧ୍ୟରେ ଏହି ନିର୍ଦେଶନାମାକୁ କାର୍ୟ୍ୟକାରୀ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି

Leave A Reply