ସମ୍ବିଧାନରୁ ଧର୍ମନିରପେକ୍ଷ ଶବ୍ଦ ଉଚ୍ଛେଦ ପାଇଁ ଦାବି

0

ନୂଆଦିଲ୍ଲୀ: ସମ୍ବିଧାନରୁ ଧର୍ମନିରପେକ୍ଷ ଶବ୍ଦ ଉଚ୍ଛେଦ ପାଇଁ ସନାତନ ସଂସ୍ଥାନ ନାମକ ଏକ ହିନ୍ଦୁ ସଂଗଠନ ଦାବି କରିଛି। ଏଥିପାଇଁ ସମ୍ବିଧାନକୁ ପୁନଃ ସଂଶୋଧନ କରିବାକୁ ସଂଗଠନ ଦାବି କରିଛି। ଅପରକ୍ଷରେ ସଂଗଠନର ଏହି ଦାବିକୁ କେନ୍ଦ୍ର ସାମାଜିକ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଥାୱାଲେ ଅଗ୍ରାହ୍ୟ କରିଛନ୍ତି।
ସଂଗଠନର ଯୁକ୍ତି ଅନୁଯାୟୀ ଭାରତୀୟ ସମ୍ବିଧାନରେ ଥିବା ଧର୍ମନିରପେକ୍ଷ ଶବ୍ଦ ଯୋଗୁଁ ଭାରତରେ ରହୁଥିବା ହିନ୍ଦୁମାନେ ଅନେକ ସମୟରେ ଅନ୍ୟାୟର ଶିକାର ହୋଇଛନ୍ତି। ପ୍ରଥମରୁ ସମ୍ବିଧାନରେ ଧର୍ମନିରପେକ୍ଷ ଶବ୍ଦ ନଥିଲା। ଜରୁରୀକାଳୀନ ସ୍ଥିତି ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଧର୍ମନିରପେକ୍ଷ ଶବ୍ଦକୁ ୪୨ତମ ସଂଶୋଧନ ଜରିଆରେ ସମ୍ବିଧାନରେ ସାମିଲ୍‍ କରିଥିଲେ। ଦେଶ କିମ୍ବା ସରକାର କିମ୍ବା ଦେଶବାସୀ କିଏ ଧର୍ମନିରପେକ୍ଷ ତାହା ଏଥିରେ ସ୍ପଷ୍ଟ କରାଯାଇନାହିଁ। ତେଣୁ ସମ୍ବିଧାନର ପୁନଃସଂଶୋଧନ ଜରିଆରେ ଧର୍ମନିରପେକ୍ଷ ଶବ୍ଦକୁ ଉଚ୍ଛେଦ କରିବା ଆବଶ୍ୟକ। ଏହାପରେ କଂଗ୍ରେସ ସମେତ ଅନ୍ୟ କେତେକ ଦଳ ପକ୍ଷରୁ ସଂଗଠନର ଉପରୋକ୍ତ ଆଭିମୁଖ୍ୟକୁ ସମାଲୋଚନା କରାଯାଇଛି।

Leave A Reply