ଶ୍ରୀଜିଉଙ୍କ ଗୁଣ୍ଡିଚା, ବାହୁଡ଼ା, ସୁନାବେଶ ଦିନ ‘ଟୋଲ ଗେଟ୍‍ ଫି’ ଛାଡ଼

ପୁରୀ : ଶ୍ରୀଜିଉଙ୍କ ଗୁଣ୍ଡିଚା, ବାହୁଡ଼ା, ସୁନାବେଶ ଦିନ ‘ଟୋଲ ଗେଟ୍‍ ଫି’ ଛାଡ଼ କରାଯିବ। କୌଣସି ଗାଡ଼ିକୁ ପିପିଲି ଟୋଲ ଗେଟରେ ଟିକସ ଦେବାକୁ ପଡ଼ିବ ନାହିଁ। ଆସନ୍ତା ଜୁଲାଇ ପହିଲାରୁ ୧୫ ଯାଏଁ ଜାତୀୟ ରାଜପଥରେ ସୁରକ୍ଷା ଦୃଷ୍ଟିରୁ ପାଞ୍ଚଟି ଆମ୍ବୁଲାନ୍ସ କାର୍ଯ୍ୟ କରିବ। ଏନେଇ ଶୁକ୍ରବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

Comments are closed.