ଶ୍ରୀକାନ୍ତଙ୍କ ନିଷ୍ପତ୍ତି ନେବ ଏଆଇସିସି: ହେମାନନ୍ଦ

0

ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ପାଇଁ ପରିସ୍ଥିତି ଜଟିଳ ହେବାକୁ ଯାଉଛି। ଶ୍ରୀକାନ୍ତଙ୍କ ଦଳରେ ବିଶୃଙ୍ଖଳା ଆଚରଣ ଓ ବିଭ୍ରାନ୍ତି ମନ୍ତବ୍ୟ ଦେବା ଅଭିଯୋଗକୁ ନେଇ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ ଏଆଇସିସିକୁ ଏକ ରିପୋର୍ଟ ପଠାଇଛନ୍ତି। ପିସିସି ଶୃଙ୍ଖଳା କମିଟିର ରିପୋର୍ଟ ଉପରେ ଏଆଇସିସି ଯାହା ନିଷ୍ପତ୍ତି ନେବ ତାହା ଶ୍ରୀ ଜେନାଙ୍କ ଭବିଷ୍ୟତ ନିର୍ଣ୍ଣୟ କରିବ ବୋଲି କୁହାଯାଉଛି। ଏଆଇସିସି ରାଜ୍ୟ କଂଗ୍ରେସକୁ ଯେତେ ସଜାଡିବାକୁ ଚାହିଁଲେ ମଧ୍ୟ ଦଳରେ ମତାନ୍ତର ଦୂର ହେଉନାହିଁ। ଶୃଙ୍ଖଳାରେ ପକାଇବା ପାଇଁ ଏଆଇସିସି ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କୁ ନିର୍ବାଚନ ଇସ୍ତାହାର କମିଟିରୁ ବିଦା କରିବା ପରେ ପ୍ରତିବାଦ ସ୍ୱରୂପ ଶ୍ରୀକାନ୍ତ ଦୁଇଟି କମିଟିରୁ ଇସ୍ତଫା ଦେଇଥେôଲ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଶ୍ରୀକାନ୍ତ ଖଣି ଦୁର୍ନୀତି ଓ ପଛୁଆବର୍ଗଙ୍କୁ କ୍ଷମତାରେ ବସାଇବା କାର୍ଡ ଖେଳି ଦଳରେ ଏକ ପ୍ରକାର ଅସ୍ଥିରତା ସୃଷ୍ଟି କରିଥିବା ଅଭିଯୋଗ ଭିତ୍ତିରେ ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ବୁଧବାର ଶୃଙ୍ଖଳା କମିଟି ବୈଠକ ବସିଥିଲା। ରାଜ୍ୟରେ ଆଦିବାସୀ, ଦଳିତ ଓ ପଛୁଆବର୍ଗକୁ ସାମାଜିକ ନ୍ୟାୟ ମିଳୁନଥିବା ଅଭିଯୋଗ କରି ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧଦିବସରେ ଶ୍ରୀ ଜେନା ଓ ବିଧାୟକ ପଦରୁ ଇସ୍ତଫା ଦେଇଥିବା କୃଷ୍ଣ ଶଗରିଆଙ୍କ ସମାବେଶରେ ଶ୍ରୀକାନ୍ତ ତାଙ୍କ ବକ୍ତବ୍ୟରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ପ୍ରତି ତାଚ୍ଛଲ୍ୟ କରିଥିଲେ। ଶ୍ରୀ ଜେନା ବିଶୃଙ୍ଖଳା କରି ଦଳ ଭିତରେ ଯେଉଁ ଆଚରଣ ପ୍ରଦର୍ଶନ କରୁଛନ୍ତି ସେମ୍ପର୍କରେ ସଦସ୍ୟମାନେ ବିଭିନ୍ନ ମତ ରଖିଥିଲେ। ଶ୍ରୀ ଜେନାଙ୍କ ବିଶୃଙ୍ଖଳା ସମ୍ପର୍କରେ ଏଆଇସିସିକୁ ରିପୋର୍ଟ ଦିଆଯାଇଥିବା ଶ୍ରୀ ବିଶ୍ୱାଳ କହିଛନ୍ତି। ଶ୍ରୀକାନ୍ତ ଜେନା କହିଛନ୍ତି ଯେ କିଭଳି ଶୃଙ୍ଖଳା ଭଙ୍ଗ କରିଛି ଏଆଇସିସି ପଚାରିଲେ କିମ୍ବା ନୋଟିସ ପଠାଇଲେ ଉତ୍ତର ଦେବି। ଏହି ବୈଠକରେ ହେମାନନ୍ଦଙ୍କ ବ୍ୟତୀତ ବରିଷ୍ଠ ନେତା ଭାଗବତ ମହାନ୍ତି, ଆବାହକ ଅନନ୍ତ ସେଠୀ, ଧରଣୀଧର ନାୟକ,ସାବିତ୍ରୀ ଚୌଧୁରୀ,ନିରଞ୍ଜନ ପାଣିଗ୍ରାହୀ ଓ ରବି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply