ଶୁକ୍ରବାର ରାଶିଫଳ

0

ମେଷ: ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ଘଟାଇ ପାରନ୍ତି। ଉଦାର ସ୍ୱଭାବର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ବ୍ୟକ୍ତି ବିଶେଷ ଭାବେ ସମ୍ମାନିତ ହେବେ। କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରନ୍ତି।

ବୃଷ: ଆଶା ଫଳବତୀ ହେବ। ଉଚ୍ଚ ସମ୍ମାନ ଲାଭ କରିବେ। ମନ ପ୍ରସନ୍ନ ରହିବ। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ମିଠାକଥା କହି ପରକୁ ଆପଣାର କରିବେ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ।

ମିଥୁନ: ସୌଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରନ୍ତି। ଶାନ୍ତିପ୍ରିୟ, ମଧୁରଭାଷୀ, ସହନଶୀଳ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ର ସୁଖ ଲାଭ କରିପାରନ୍ତି।

କର୍କଟ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ରୋଜଗାର ଯଥେଷ୍ଟ ପରିମାଣର ହେବ। ମାଲିମୋକଦ୍ଦମାରେ ରାୟ ଆପଣଙ୍କ ସପକ୍ଷରେ ଯିବ। ଅର୍ଥ ମିଳିବ।

ସିଂହ: ଲାଗି ରହିଥିବା ବିବାଦର ସମାଧାନ ହେବ। କାର୍ଯ୍ୟରେ ବାଧା-ବିଘ୍ନର ସମ୍ମୁଖୀନ ହୋଇପାରନ୍ତି। ଥଣ୍ଡା କଫରେ ଆକ୍ରାନ୍ତ ହେବାର ସୂଚନା ମିଳୁଛି। ଖର୍ଚ୍ଚାନ୍ତ ହେବେ। ସ୍ନେହୀ ହେବେ।

କନ୍ୟା: ସତ୍ପଥଗାମୀ ହେବେ। ଯଶସ୍ୱୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିବେ। ବ୍ୟବସାୟ ଲାଭଜନକ ହେବ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହୋଇ ଧନପ୍ରାପ୍ତ ହେବେ।

ତୁଳା: ସୁଖ ସମ୍ମାନ ଲାଭ କରିପାରନ୍ତି। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ଶରୀର ସୁସ୍ଥ ରହିବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ସରକାରୀ ଅର୍ଥ ମିଳିବ। ସୁଖ ଭୋଗ କରିବେ।

ବିଛା: ଉତ୍ସବାଦିରେ ଯୋଗଦେଇ ଆନନ୍ଦ ଅନୁଭବ କରିବେ। ପରୋପକାରୀ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିର ମୂଳଦୁଆ ପକାଇବେ। ସାହସୀ ଓ ସମ୍ପତ୍ତିବାନ ହେବେ।

ଧନୁ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ସର୍ଦି, ଥଣ୍ଡା ଅନୁଭବ କରିବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସନ୍ମାର୍ଗୀ ହେବେ। ବିଶେଷଜ୍ଞ ହୋଇପାରନ୍ତି। ବହୁ ମିତ୍ରଙ୍କ ସହଯୋଗ ପାଇ ପାରନ୍ତି।

ମକର: ବନ୍ଧୁ ମିଳନ ଘଟିବାର ସୁଯୋଗ ଅଛି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି। ସାମୟିକ ଭାବେ ମନରେ ଅହଂଭାବ ଉଦ୍ରେକ ହୋଇପାରେ। ଧୈର୍ଯ୍ୟବାନ ହୋଇପାରନ୍ତି। ପତ୍ନୀଙ୍କ କଥାରେ ପରିଚାଳିତ ହେବେ।

କୁମ୍ଭ: ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଅତୁଟ ରହିବ। ସାମାନ୍ୟ ଚକ୍ଷୁପୀଡ଼ା ଉପୁଜି ପାରେ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।

ମୀନ: ଭବିଷ୍ୟତ କର୍ମପନ୍ଥା ସ୍ଥିରକରି ପାରନ୍ତି। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଧର୍ମ ପରାୟଣ ଓ ତେଜସ୍ୱୀ ହେବେ।

Leave A Reply