ଶୁକ୍ରବାର ରାଶିଫଳ

0

ମେଷ: ଏକ ନୂତନ ସଂପର୍କ ସ୍ଥାପନ କରି ଲାଭବାନ୍‍ ହେବେ। ମନ ପ୍ରସନ୍ନ ରହିବ। ଉତ୍ତମ ବୁଦ୍ଧିମାନ୍‍ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ପ୍ରତ୍ୟେକ କାର୍ଯ୍ୟରେ ପାରଦର୍ଶୀ ହେବେ। ଅର୍ଥ ମିଳିବ।

ବୃଷ: କାର୍ଯ୍ୟରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ସେବା ଭାବନା ମନରେ ଜାଗ୍ରତ ହୋଇପାରେ। କେତେକ କ୍ଷେତ୍ରରେ କାହା ଉପରେ ନିର୍ଭର ନ କରି ଆତ୍ମ ନିର୍ଭରଶୀଳ ହେବାକୁ ଚେଷ୍ଟା କରିପାରନ୍ତି।

ମିଥୁନ: ଅଯଥା ଆଶଙ୍କାରେ ମନ ବିଚଳିତ ହେବ। ପରୋପକାର କରି ସୁନାମ ଅର୍ଜନ କରିବେ। କୌଣସି କାର୍ଯ୍ୟ କରିବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ। ଧର୍ମ କାର୍ଯ୍ୟରେ ମନ ବଳାଇବେ। ବିଦ୍ୟା ରୂପକ ମହାଧନ ପ୍ରାପ୍ତି ହେବେ।

କର୍କଟ: ସଞ୍ଚୟ କରିବାର ସୁଯୋଗ ମିଳିବ। ଏଥି ପାଇଁ କଷ୍ଟ ସହିବାକୁ ପଡ଼ିବ। କାର୍ଯ୍ୟରେ ବିରୋଧତା ଦେଖା ଦେଇପାରେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି।ା ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ।

ସିଂହ: ଉଚ୍ଚ ଆଶା ଫଳବତୀ ହୋଇପାରେ। ଧର୍ମ-କର୍ମ ସଂପାଦନ କରିପାରନ୍ତି। ଠାକୁରଙ୍କ କାର୍ଯ୍ୟରେ ମନ ବଳାଇ​‌େ​‌ବ। ଉଚିତ ବୁଝାମଣା ହେବାରୁ ସାମୟିକ ଭାବେ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ବନ୍ଧୁ ସହଯୋଗ ପାଇ ଖୁସି ହେବେ।

କନ୍ୟା: ନିଜେ କରିଥିବା ଯୋଜନାରେ ଦୃଢ଼ ରହିବେ। ମନୋବଳ ବୃଦ୍ଧି ହେବ। ବିଳାସ ବ୍ୟସନ କରିପାରନ୍ତି। ପ୍ରଶଂସିତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଧର୍ମ କାର୍ଯ୍ୟର ନେତୃତ୍ୱ ନେବେ। ଗୃହ ଉପକରଣ କ୍ରୟ କରିବେ।

ତୁଳା: ନିଜକୁ ଅସହାୟ ମନେ କରିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହୋଇପାରେ। ବିଜୟ, ଉଲ୍ଲାସ ଜାରିର ରହିବ। ଧର୍ମକର୍ମରେ ନିୟୋଜିତ ହୋଇପାରନ୍ତି। ପାରିବାରିକ ଶାନ୍ତି ମିଳିବ। ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି।

ବିଛା: ସ୍ମରଣ ହାନି ଘଟିପାରେ। ଧୈର୍ଯ୍ୟହରା ନହୋଇ ପରିସ୍ଥିତିର ମୁକାବିଲା କରନ୍ତୁ। ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ ହେବ। ଅଯଥା ଅକାମିରେ ପଡ଼ିପାରନ୍ତି। ଲୁହା, ପଥର, ଆଦି ବ୍ୟବସାୟ ଲାଭଜନକ ହୋଇପାରେ।

ଧନୁ: ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଚିନ୍ତାଧାରା ଉନ୍ନତମାନର ହୋଇପାରେ। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟରେ ଆଗେଇବେ। ଧର୍ମ ଅନୁଷ୍ଠାନର ନେତୃତ୍ୱ ନେଇ ପାରନ୍ତି। ବନ୍ଧୁମାନଙ୍କ ସାନ୍ନିଧ୍ୟ ମିଳିବ।

ମକର: ଦୂର ସ୍ଥାନ ଗମନ ଓ ପ୍ରକୃତି ଶୋଭା ଦର୍ଶନ କରିବାର ସୁଖ ମିଳିବ। ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରିବା କଷ୍ଟକର ହୋଇପାରେ। ମନରେ ପ୍ରସନ୍ନତା ଆସିବ। କର୍ମ ଚଞ୍ଚଳ ରହିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସନ୍‍ମାର୍ଗୀ ହେବେ।

କୁମ୍ଭ: ସୁଖ-ସନ୍ତୋଷ ଲାଭ କରିବେ। କର୍ମରେ ଉତ୍ସାହୀ ହେବେ। ଠାକୁରଙ୍କ କାର୍ଯ୍ୟରେ ମନବଳାଇ ପାରନ୍ତି। ଆର୍ଥିକ ଅବସ୍ଥାର ପରିବର୍ତ୍ତନ ଘଟାଇ ପାରନ୍ତି। ଉତ୍ତମ ଭୋଜନ ମିଳିବ। ଯଶସ୍ୱୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମୀନ: ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ କାର୍ଯ୍ୟ କରିବାକୁ ପଡ଼ିବ। ଖର୍ଚ୍ଚାନ୍ତ ହେବେ। ମିଷ୍ଟଭାଷୀ ହେବେ। ସୁଭାଷୀ ଓ ସୁ ବୁଦ୍ଧି ଯୁକ୍ତ ହେବେ। ଭ୍ରାତୃଭାବ ଅତୁଟ ରହିବ। ତେଜୀୟାନ ହେବେ।

Leave A Reply