ଲକ୍ଡ଼ାଉନ କାଳରେ ରାଜ୍ୟଭିତରେ ଶ୍ରମିକଙ୍କ ଯାତାୟତକୁ କେନ୍ଦ୍ରର ଅନୁମତି

ନୂଆଦିଲ୍ଲୀ: ଲକ୍‌ଡ଼ାଉନ କାଳରେ ଆସନ୍ତାକାଲିଠାରୁ କିଛି କ୍ଷେତ୍ରରେ କୋହଳ କରାଯାଉଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ନେଇ ନିଜନିଜସ୍ତରରେ ନିର୍ଦେଶନାମା ଜାରି କରିଛନ୍ତି । ଏହି ସ୍ଥିତିରେ ନିଜ ରାଜ୍ୟଭିତରେ ଶ୍ରମିକମାନଙ୍କ ଯାତାୟତ କରିବାକୁ ଅନୁମତି ଦେଇଛି କେନ୍ଦ୍ର ସରକାର । ଅବଶ୍ୟ ଏଥିପାଇଁ କିଛିଟା ସର୍ତ ରହିଛି । ଲକ୍ଡ଼ାଉନ ଯୋଗୁ ରାଜ୍ୟ ଭିତରେ ଅନ୍ୟ ଜିଲାଗୁଡ଼ିକରେ ଅଟକି ରହିଥିବା ଶ୍ରମିକମାନେ ଏହାଫଳରେ ଉପକୃତ ହେବେ । ​‌ତେବେ ଶ୍ରମିକମାନେ ଏହି ସମୟରେ  ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇପାରିବେ ନାହିଁ । ବସରେ ଯାତ୍ରା ବେଳେ ସାମାଜିକ ଦୂରତା ରହିବ । ସେହି ବସ ଗୁଡିକୁ ବିଶୋଧନ କରାଯିବ । ସ୍ଥାନୀୟ କର୍ତ୍ତୃପକ୍ଷ ଖାଇବା ଓ ପାଣି ଯୋଗାଇଦେବେ । ଅବରୋଧ ଅଞ୍ଚଳର ଶ୍ରମିକଙ୍କ ପାଇଁ ଏହା ଲାଗୁ ହେବନି ।

Comments are closed.