ରେଲବାଇ ଯନ୍ତ୍ରୀଙ୍କ ଘରୁ ଚୋରି ଅଭିଯୋଗ

ଟିଟିଲାଗଡ଼- ଟିଟିଲାଗଡ ରେଲବାଇ କଲୋନିରୁ ବିଭାଗର ଯନ୍ତ୍ରୀ ରୁପସାଗର ମିନାଙ୍କ ଘରୁ ଏକ ବଡଧରଣର ଚୋରି ହୋଇଥିବା ଜିଆରପି ଥାନାରେ ଅଭିଯୋଗ ହୋଇଛି। ମିନା ଗତ କିଛି ଦିନ ହେଲା ଘରେ ଅନୁପସ୍ଥିତ ଥିଲେ। ସେ ଆଜି ଆସି ଦେଖିବା ବେଳକୁ ତାଙ୍କ ସରକାରି ବାସଭବନ କବାଟ ଭାଙ୍ଗିର ଚୋର ମାନେ ଏକ ହାର୍ଡ ଡିସ୍କ,  ନଗଦ ୬୦ ହଜାର ଟଙ୍କା , ସୁନା କାନଫୁଲ ସହ ଅନେକ ସାମଗ୍ରୀ ଚୋରି କରିନେଇଥିବା ଦେଖିବାକୁ ପାଇଥିଲେ। ଏନେଇ ତାଙ୍କ ଅଭିଯୋଗ କ୍ରମେ ରେଲବାଇ ପୁଲିସ ଏସଆଇ ସି ତିର୍କି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ରେଲବାଇ କଲୋନିରେ ଚୋରି ଏକ ସାଧାରଣ ଘଟଣା ପାଲଟିଥିବା ଅଭିଯୋଗ ହୋଇଛି। ଏନେଇ ଅଦ୍ୟାବଧି କୌଣସି ଘଟଣାରେ ଚୋର ଧରା  ପଡି ନାହିଁ । ଏନେଇ ରେଲବାଇ ପୁଲିସଙ୍କ ଉଚ୍ଚ କତୃପକ୍ଷ ଧ୍ୟାନ ଦେବାକୁ ଦାବି ହୋଇଛି।

Comments are closed.