‘ରାଜ୍ୟ ସରକାରଙ୍କ ଶ୍ରୀକ୍ଷେତ୍ର ବିକାଶ ଯୋଜନା ସ୍ବାଗତଯୋଗ୍ୟ’

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ସମେତ ଶ୍ରୀକ୍ଷେତ୍ରର ସାମଗ୍ରିକ ଉନ୍ନୟନ ନିମନ୍ତେ ରାଜ୍ୟ ସରକାରଙ୍କ ଘୋଷଣାକୁ ସ୍ବାଗତ କରିଛନ୍ତି ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ। ଏହିସବୁ କାର୍ଯ୍ୟ ଶ୍ରୀକ୍ଷେତ୍ରର ମହାନ ଆଧ୍ୟାତ୍ମିକ, ଧାର୍ମିକ, ସାଂସ୍କୃତିକ ଐତିହ୍ୟ ଏବଂ ପରମ୍ପରାକୁ ଦୃଷ୍ଟିରେ ରଖି କରାଯିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।
ଏକ ପ୍ରେସ୍‌ ବିଜ୍ଞପ୍ତିରେ ଗଜପତି ମହାରାଜା ଉଲ୍ଲେଖ କରିଛନ୍ତି ଯେ, ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର ହେଉଛି ସମଗ୍ର ହିନ୍ଦୁ ସମାଜର ଶ୍ରେଷ୍ଠ ଆରାଧ୍ୟପୀଠ। ଏହାର ଯୋଜନାବଦ୍ଧ ଓ ସମନ୍ବିତ ଉନ୍ନତୀକରଣ ନିମନ୍ତେ ରାଜ୍ୟ ସରକାର ବର୍ତ୍ତମାନ ଯେଉଁ ଘୋଷଣା କରିଛନ୍ତି ତାହା ସ୍ବାଗତଯୋଗ୍ୟ। ଏହି ମହତ୍‌ କାର୍ଯ୍ୟକ୍ରମରେ ସମସ୍ତ ଜଗନ୍ନାଥପ୍ରେମୀ ଭକ୍ତଜନ ଆନ୍ତରିକତାର ସହ ସହଯୋଗ କରିବା ପାଇଁ ଗଜପତି ମହାରାଜା ନିବେଦନ କରିଛନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅପାର କୃପାରୁ ଏହି ଉନ୍ନୟନମୂଳକ କାର୍ଯ୍ୟକ୍ରମ ସଫଳ ରୂପାୟନ ଲାଭ କରିବ ବୋଲି ସେ ଆଶା ରଖିଛନ୍ତି।
ସୂଚନାଯୋଗ୍ୟ, ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୫ଶହ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିଲେ। ସେଥିରେ ଶ୍ରୀମନ୍ଦିର ସୁରକ୍ଷା ସମେତ ଚତୁଃପାର୍ଶ୍ବ ରାସ୍ତା ସମ୍ପ୍ରସାରଣ,
ମାଳତୀପାଟପୁରରୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପର୍ଯ୍ୟନ୍ତ ଅତ୍ୟାଧୁନିକ ଶ୍ରୀସେତୁ ନିର୍ମାଣ, ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ବହୁତଳ ପାର୍କିଂ ବ୍ୟବସ୍ଥା, ୧୦ହଜାର ଲୋକଙ୍କ ପାଇଁ ଧ୍ୟାନକେନ୍ଦ୍ର, ଯାତ୍ରୀଙ୍କ ସୁବିଧା ନିମନ୍ତେ ଦୋକାନବଜାର, ମୂଷାନଦୀର ବିକାଶ, ଅଠରନଳା ସୌନ୍ଦର୍ଯ୍ୟକରଣ, ଅବଢା ଯୋଜନାରେ ମଠମନ୍ଦିରଗୁଡିକର ସୁରକ୍ଷା ଏବଂ ତୀର୍ଥ ପୁଷ୍କରିଣୀ ପୁନରୁଦ୍ଧାର ପାଇଁ ପ୍ରସ୍ତାବ ରହିଛି।
‘ରାଜ୍ୟ ସରକାରଙ୍କ ଶ୍ରୀକ୍ଷେତ୍ର ବିକାଶ…

Comments are closed.