ରାଜ୍ୟଗୋଷ୍ଠୀକ୍ରୀଡ଼ା: ଭାରତକୁ ଆଉ ତିନି ସ୍ୱର୍ଣ୍ଣ

0

ଗୋଲ୍ଡକୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦ମ ଦିବସରେ ଭାରତକୁ ତିନିଟି ସ୍ୱର୍ଣ୍ଣ ପଦକ ମିଳିଛି। ଷ୍ଟାର ବକ୍ସର ମେରିକମ୍‍ ୪୫-୪୮ କେଜି ବକ୍ସିଂ ମହିଳା ବର୍ଗରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିିତିଛନ୍ତି। ସେହିପରି ୫୨ କେଜି ବକ୍ସିଂ ପୁରୁଷ ବର୍ଗରେ ଗୌରବ ସୋଲାଙ୍କି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୫୦ ମିଟର ରାଇଫଲ୍‍ରେ ସଞ୍ଜିବ ରାଜପୁତ୍‍ଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି। ଏମାନଙ୍କ ବ୍ୟତୀତ ୪୬-୪୯ କେଜି ପୁରୁଷ ବକ୍ସିଂ ବର୍ଗରେ ଅମିତ୍‍ ଫଙ୍ଗଲ୍‍ ରୌପ୍ୟ ପଦକ ଜିତିଛନ୍ତି। ୬୦କେଜି ବକ୍ସିଂ ପୁରୁଷ ବର୍ଗରେ ମନିଶ କୌଶିକଙ୍କୁ ମଧ୍ୟ ରୌପ୍ୟ ପଦକ ମିଳିଛି। ଆଜିର ୩ ସ୍ୱର୍ଣ୍ଣ ଓ ଦୁଇଟି ରୌପ୍ୟ ପଦକକୁ ମିଶାଇ ଭାରତର ମୋଟ ପଦକ ସଂଖ୍ୟା ୪୭ରେ ପହଞ୍ଚିଛି। ୨୦ ସ୍ୱର୍ଣ୍ଣ, ୧୩ ରୌପ୍ୟ ଓ ୧୪ କାଂସ୍ୟ ପଦକ ସହିତ ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି।

Leave A Reply