ରବିବାର ରାଶିଫଳ

0

ମେଷ: ଖର୍ଚ୍ଚାନ୍ତ ଯୋଗ ଥାଇ ମଧ୍ୟ ଆର୍ଥିକ ଦୁରବସ୍ଥା ଦୂର ହେବ। ଚଞ୍ଚଳ ସ୍ବଭାବର ହୋଇପାରନ୍ତି। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ବଶୀକରଣ କଥାରେ ପରକୁ ଆପଣାର କରିବେ। ନୀତିନିଷ୍ଠ ହେବେ।

ବୃଷ: ରୋଜଗାର ଆଶାନୁରୂପ ହୋଇପାରେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଯଶସ୍ବୀ ହେବେ। ଚଞ୍ଚଳ ପ୍ରକୃତିର ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀସ୍ତରରୁ ଅର୍ଥ ଓ ସମ୍ମାନ ମିଳିବ।

ମିଥୁନ: ସତର୍କ ରହି ମଧ୍ୟ କ୍ଷତିରେ ପଡ଼ିବା ଆଶାକରାଯାଉଛି। କୁଳଦୀପକ ହେବେ। ମନରେ ପ୍ରସନ୍ନ ଭାବ ଜାତ ହୋଇପାରେ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ଯଶସ୍ବୀ ହେବେ। ସୁଖ ମିଳିବ।

କର୍କଟ: ଯେପରି ଗୃହ ବିବାଦ ନ ଉପୁଜିବ ସେଥିପ୍ରତି ଯତ୍ନବାନ ହେବାକୁ ପଡ଼ିବ। ବିଭିନ୍ନ ସ୍ତରରୁ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ ମିଳିବ। ଭାଗ୍ୟଶାଳୀ ହେବେ। ଭୋଗ ବିଳାସରେ ସମୟ ଅତିବାହିତ କରିବେ। ସମ୍ପତ୍ତିବାନ୍‌ ହେବେ।

ସିଂହ: ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସାବଧାନରେ ଚଳିବେ।

କନ୍ୟା: ଦୂରବନ୍ଧୁଙ୍କ ଦ୍ବାରା ଉପକୃତ ହେବେ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇବେ। ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ମନରେ ଅହଂଭାବ ଆସିପାରେ। ନିଜ ପ୍ରତ୍ନୀଙ୍କ ଇଙ୍ଗିତରେ ଚାଲିବେ।

ତୁଳା: ମନରେ ଦାମ୍ଭିକ ଭାବ ଆସି ପାରେ। ଅନାବଶ୍ୟକ ଖର୍ଚ୍ଚ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁହନ୍ତା ହୋଇପାରନ୍ତି। ମାନସିକ ସ୍ତରରେ ପୀଡ଼ା ଉପୁଜି ପାରେ। ଜିଦ୍ ଖୋର ହେବେ।

ବିଛା: ଚାକିରି କ୍ଷେତ୍ରରେ ମନଯୋଗୀ ହେବେ। ଅନୁରୋଧ ରକ୍ଷା କରି କାର୍ଯ୍ୟ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ମନ ବଳାଇ ପାରନ୍ତି। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।

ଧନୁ: ଘାତଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରି ଉଦାର ସ୍ବଭାବର ହେବେ। ଦାନଶୀଳ ହୋଇପାରନ୍ତି। ବ୍ୟକ୍ତିତ୍ବର ପରିଚୟ ଦେବେ। ସ୍ବାସ୍ଥ୍ୟ ଭଲ ରହିବ। କୃଷିରୁ ଆୟ ହେବ। ସୁଖଭୋଗ କରିବେ।

ମକର: ଆପଣଙ୍କ ପ୍ରଭାବ ଫଳପ୍ରଦ ହୋଇପାରେ। ମନ ପ୍ରସନ୍ନ ରହିବ। ଆସ୍ତିକ ପ୍ରକୃତିର ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ।

କୁମ୍ଭ: ଧୈର୍ଯ୍ୟର ସୀମା ଅତିକ୍ରମ କଲେ ବି ମାନସିକ ସ୍ତରରେ ସ୍ଥିର ରହିବେ। ସୌଭାଗ୍ୟଶାଳୀ ହୋଇପାରନ୍ତି। ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ଉଦାର ବିଦ୍ୟାପ୍ରେମୀ ହେବେ।

ମୀନ: ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତ ହେବ। ବନ୍ଧୁ ଓ ସରକାରୀ ସହଯୋଗ ପାଇ ଲାଭବାନ ହୋଇପାରନ୍ତି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବା ସହିତ ତତ୍‌ଜନିତ ଧନଲାଭ ହେବ।

Leave A Reply