ରତ୍ନଚିରା ନଦୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

0

ସୁଆଣ୍ଡୋ: ସତ୍ୟବାଦୀ ଥାନା ଅନ୍ତର୍ଗତ ସେନାପତି ସାହିର ସତ୍ୟବାଦୀ ସେନାପତି ( ୬୫ ) ରତ୍ନଚିରା ନଦୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ରବିବାର ଅପରାହ୍ନରେ ଶୌଚ ହେବାପାଇଁ ନଦୀକୁ ଯାଇଥିବା ବେଳେ ତୁଠରେ ଗୋଡ ଖସି ଯିବାରୁ ସେ ପାଣିରେ ବୁଡି ଯାଇଥିଲେ । ସନ୍ଧ୍ୟା ପର୍ୟ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକମାନେ ଖୋଜିଥିଲେ। ନଦୀ ତୁଠରେ ତାଙ୍କର ଚପଲ ଓ ଗାମୁଛା ପଡିଥବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ରାତିର ଅନ୍ଧାରରେ ନଦୀରେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ  ମିଳି ନଥିଲା। ତେବେ ସୋମବାର ସକାଳେ ନଦୀରେ ତାଙ୍କ ଶବ ଭାସୁଥିବା ଦେଖାଯାଇଥିଲା। ପୁଲିସ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପୁରୀ ପଠାଇଥିଲା । ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରା ଯାଇଥିଲା ।

Leave A Reply