ମୋବାଇଲରେ କିଏ ସେଭ୍‍ କଲା ଆଧାର ହେଲ୍ପଲାଇନ ନମ୍ବର

0

ନୂଆଦିଲ୍ଲୀ: ଦେଶର ସମସ୍ତ ଏଣ୍ଡ୍ରୋଏଡ୍‍ ମୋବାଇଲରେ ରାତାରାତି ଆଧାର ହେଲ୍ପ ଲାଇନ ନମ୍ବର ସେଭ ହୋଇଯାଇଛି। ୟୁଆଇଡିଏଆଇ ଦ୍ୱାରା ଏଭଳି ପ୍ରୟାସକୁ କେତେକ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି। ଉପଭୋକ୍ତାଙ୍କ ଅଜ୍ଞାତରେ ଅଥବା ବିନା ଅନୁମତିରେ ଜଣେ ବ୍ୟକ୍ତିଙ୍କ ଫୋନରେ କିପରି ସେଭ ହୋଇଯାଉଛି ହେଲ୍ଫଲାଇନ ନମ୍ବର ବୋଲି ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ। ଏଭଳି ଘଟଣାକୁ ନେଇ କେବଳ ବୁଦ୍ଧିଜୀବୀ କାହିଁକି ଉତ୍ତରପ୍ରଦେଶ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଯଦି ଜଣେ ବ୍ୟକ୍ତିଙ୍କ ମୋବାଇଲ ଫୋନରେ ବିନା ଅନୁମତିରେ କୌଣସି ତଥ୍ୟ ରଖାଯାଇ ପାରୁଛି ତେବେ ଇଭିଏମ ମେସିନରେ ମଧ୍ୟ ତଥାକୁ ବଦଳାଇବା ଅସମ୍ଭବ କେଉଁଠି ବେଲି ଶ୍ରୀ ଯାଦବ ପ୍ରଶ୍ନ କରିଛନ୍ତି।

Leave A Reply