ମୁଖ୍ୟମନ୍ତ୍ରୀଙ୍କ ସହ ଖେଳ ଦେଖିଲେ ୩୦ ଆତ୍ମସମର୍ପିିତ ମାଓବାଦୀ

0

ଭୁବନେଶ୍ବର: ଦିନ ଥିଲା ରାଜ୍ୟ ପୁଲିସ ଓ ପ୍ରଶାସନକୁ ନାକେଦମ କରି ପକାଉଥିଲେ। ହେଲେ ଆଜି ସମୟ ବଦଳିଛି। ଏବେ ସରକାର କେବଳ ସେମାନଙ୍କୁ ସମ୍ମାନର ସହିତ ବଞ୍ଚିବା ଲାଗି ମୁଖ୍ୟ​‌େସ୍ରାତରେ ସାମିଲ କରିଛନ୍ତି ତାହା ନୁହେଁ, ସେମାନଙ୍କୁ ଦୁନିଆ ସମ୍ପର୍କରେ ଜଣାଇବା ଏବଂ ଜାଣିବା ଲାଗି ରାଜ୍ୟ ପୁଲିସ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି। ୨ ବର୍ଷ ମଧ୍ୟରେ ଆତ୍ମସମର୍ପଣ କରିଥିବା ଶତାଧିକ ମାଓବାଦୀଙ୍କ ମଧ୍ୟରୁ ୩୦ ଜଣଙ୍କୁ ମାଲିକାନଗିରି ପୁଲିସ ବିଶ୍ବ ହକି କପ୍ ଦେଖାଇବାକୁ ଆଣିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସେମାନେ ହକି ମ୍ୟାଚ୍‌ ଦେଖିବାର ସୁଯୋଗ ପାଇଛନ୍ତି। ମାଲକାନଗିରିରୁ ୨୦ ଓ କୋରାପୁଟରୁ ୧୦ ଜଣ ଏଥିରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୬ ଜଣ ମହିଳା ଏବଂ ୧୪ ଜଣ ପୁରୁଷ ଅଛନ୍ତି। ଉଭୟ ମାଲ୍‌କାନଗିରି ଏବଂ କୋରାପୁଟ୍‌ ଜିଲାରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ସ୍ବତନ୍ତ୍ର
ଜୋନାଲ୍‌ କମିଟିରେ ସଦସ୍ୟ ଥିଲେ। ପ୍ରତ୍ୟେକଙ୍କୁ ଧରାଇ ଦେବା ପାଇଁ ରାଜ୍ୟ ସରକାର ପୁରସ୍କାର ଘୋଷଣା କରିଥିେଲ। ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ପର୍ଯ୍ୟନ୍ତ ସେମାନଙ୍କ ମୁଣ୍ଡ ପିଛା ପୁରସ୍କାର ରାଶି ଥିବା କଥା ମାଲ୍‌କାନଗିରି ଏସ୍‌ପି ଜଗମୋହନ ମିନା କହିଛନ୍ତି। ଆନ୍ଧ୍ର-ଓଡ଼ିଶା ସୀମାନ୍ତ କମିଟିର ଏହି ସମସ୍ୟମାନେ ପ୍ରାଥମିକ ସଦସ୍ୟଠାରୁ ଆରମ୍ଭ କରି ଡିଜିଜନାଲ୍‌ କମିଟି ସଦସ୍ୟ ଥିଲେ । କେତେ ଜଣ କାଲିମେଳା ଦଲମ, ବିଚ୍ଛାନ୍ନାଞ୍ଚଳ ଏଲ୍‌ଓଏସ୍‌, ନାରାୟଣପାଟଣା ଦଲମ ଓ​‌ ବୈପାରୀଗୁଡ଼ା ଦଲମର ଥିବା ଜଣାପଡିଛି।
ରାଜଧାନୀରେ ବିଶ୍ବକପ୍‌ ହକି ଖେଳ ଦେଖିବାକୁ ଆଗ୍ରହ ପ୍ରକାଶ କରିଥିବା ଆତ୍ମସମର୍ପଣକାରୀମାନେ ଏସ୍‌ପି ଶ୍ରୀ ମିନାଙ୍କୁ ସାକ୍ଷାତ କରି ଇଚ୍ଛା ପ୍ରକାଶ କରିଥିଲେ। ତେବେ ଏନେଇ ବନ୍ଦୋବସ୍ତ କରାଯାଇଥିଲା। ମାଲ୍‌କାନଗିରିରୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି ବୋଲି ଜଣାପଡିଛି। ଓଡ଼ିଶା ସରକାରଙ୍କ ଆତ୍ମସମର୍ପଣ ନୀତି ଅତ୍ୟନ୍ତ ଭଲ ହୋଇଥିବାରୁ ଅନେକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଅନେକ ଧନ୍ଧାମୂଳକ ଶିକ୍ଷା ମଧ୍ୟରେ ସିଲେଇ, ଗାଡ଼ିଚାଳନା ପ୍ରଶିକ୍ଷଣ ଦିଆଯାଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଆଇଟିଆଇ ପ୍ରଶିକ୍ଷଣ ମିଳିବ ବୋଲି ଏସ୍‌ପି ଶ୍ରୀ ମିନା ସୂଚନା ଦେଇଛନ୍ତି। ଅଧିକାଂଶ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ୍‌ ହେବା ପରେ ଏବେ କୃଷି କାର୍ଯ୍ୟ କରୁଛନ୍ତି। ସେହିପରି କିଛି ମହିଳା ସିଲେଇ କରୁଛନ୍ତି ଓ ପୁୁରୁଷ ନିଜର ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଛନ୍ତି। ବଳ ପ୍ରୟୋଗ କରି କିମ୍ବା ଧମକଚମକ ଦେଇ ମାଓ ସଂଗଠନରେ ସାମିଲ୍‌ କରାଯାଇଥିବା ଅନୁସୂଚିତ ଜନଜାତିର ଯୁବକଯୁବତୀ ମୁଖ୍ୟସ୍ରୋତରେ ସାମିଲ୍‌ ହେବା ପରେ ସେମାନେ ସହରୀ ଜୀବନ କିଭଳି ଏବଂ ସେମାନଙ୍କ ମଧ୍ୟରେ ରହିଥିବା ମନୋଭାବ ଓ ମାନସିକ ଚିନ୍ତା ଧାରାରେ କିଭଳି ପରିବର୍ତ୍ତନ ହେବ ଏହାକୁ ଦୃଷ୍ଟିରେ ରଖି ହକି ଖେଳ ଦେଖିବାର ଅଭିଳାଷକୁ ପୂରଣ କରାଯାଇଛି। ସେମାନେ ଏଠାରୁ ଫେରିବା ପରେ ଅନ୍ୟମାନେ ଏହାଦ୍ବାରା ପ୍ରଭାବିତ ହୋଇ ମାଓସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ୍‌ ହେବାକୁ ମନବଳାଇବେ ବୋଲି ଏସ୍‌ପି ଶ୍ରୀ ମିନା ଆଶା ପ୍ରକାଶ କରିଛନ୍ତି। ୩୦ ଜଣ ଖେଳ ଦେଖିବା ପରେ ଆସନ୍ତାକାଲି ପୁରୀ ଓ କୋଣାର୍କ ଆଦି ପର୍ଯ୍ୟଟନ ସ୍ଥଳ ବୁଲିବେ। ଗୁରୁବାର ସେମାନେ ନନ୍ଦନକାନନ ବୁଲିବା ପରେ କଳିଙ୍ଗ ଷ୍ଟାଡିୟମ୍‌କୁ ହକି ଖେଳ ଦେଖିବାକୁ ଆସିଥିଲେ। କେତେକ ମହିଳା ସେମାନଙ୍କ ଶିଶୁଙ୍କୁ ସାଙ୍ଗରେ ଆଣି ଆସିଥିବା ଦେଖାଯାଇଛି। ଅନେକ ଭୁବନେଶ୍ବର ଦେଖି ନ ଥିବା ଜଣାପଡିଛି। ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଯେଉଁ ମାଓବାଦୀ ଭାଇ ଓ ଭଉଣୀମାନେ ଭୁଲ ରାସ୍ତାରେ ଯାଇଛନ୍ତି ସେମାନେ ସେଠାରୁ ଫେରି ଆସିବେ ବୋଲି ଜଣାପଡିଛି।

Leave A Reply