ମାରାଡୋନାଙ୍କ ଜର୍ସି୧୨ ହଜାର ୟୁରୋରେ ବିକ୍ରି

0

ନେପଲ୍‌ସ : ଆର୍ଜେଣ୍ଟିନାର ତାରକା ଫୁଟବଲ ଖେଳାଳି ଡିଏଗୋ ମାରାଡୋନା ନେପୋଲି ଫୁଟବଲ କ୍ଲବ ପକ୍ଷରୁ ଖେଳୁଥିବା ବେଳେ ଯେଉଁ ଜର୍ସି ପରିଧାନ କରିଥିଲେ ତାହା ଏକ ନିଲାମରେ ୧୨ ହଜାର ୟୁରୋରେ ବିକ୍ରି ହୋଇଥିବା ଜଣାପଡ଼ିଛି। ଗୁରୁବାର ଟୁରିନ୍‌ରେ ଆୟୋଜିତ ଏକ ନିଲାମରେ ମାରାଡୋନାଙ୍କ ଏହି ସାର୍ଟ ବିକ୍ରି ହୋଇଛି। ଏହି ସାର୍ଟ ପଛପଟେ ୯ ନଂ ଲେଖାଯାଇଥିଲା। ଅନ୍ୟପକ୍ଷରେ ମାରାଡୋନା ପିନ୍ଧୁଥିବା ଅନ୍ୟ ଏକ ସାର୍ଟ ୬,୫୦୦ ୟୁରୋରେ ବିକ୍ରି ​‌େ​‌ହାଇଛି। ସୂଚନାଥାଉକି ମାରାଡୋନା ୧୯୯୦-୯୧ ମସିହାରେ ନେପୋଲି ଦଳ ତରଫରୁ ଇଟାଲିଆନ୍‌ ଫୁଟବଲ ଲିଗ୍‌ରେ ଖେଳିଥିଲେ। ଏହି ନିଲାମରେ କ୍ରିଷ୍ଟିଆନୋ ରୋନାଲ୍‌ଡୋ, ଲିଓନେଲ୍‌ ମେସି, ଜିନେଦିନ୍ ଜିଦାନ୍‌ଙ୍କ ପରି ତାରକା ଖେଳାଳିଙ୍କ ବ୍ୟବହୃତ ଜର୍ସି ମଧ୍ୟ ନିଲାମ କରାଯାଇଥିଲା।

Leave A Reply