ମାଆକୁ ହତ୍ୟା କରିବା ବର୍ଷକ ପରେ ଗିରପଂ ହେଲେ ପୁଅ ବୋହୁ

ଯାଜପୁର : ଯାଜପୁର ଜିଲା ବରୀ ଥାନା ଧାରପୁର ଗାଁରେ ମାଆକୁ ହତ୍ୟା କରିବା ବର୍ଷକ ପରେ ପୁଅ ବୋହୁ ଗିରପଂ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଗତ ୨୦୧୮ ମସିହା ଜୁନ ୧୧ ତାରିଖ ଦିନ ବାବାଜି ଯେନାଙ୍କ ପତ୍ନୀ ମେଘିଙ୍କୁ ତାଙ୍କ ପୁଅ ରାଜେନ୍ଦ୍ର ଓ ବୋହୁ ମଞ୍ଜୁଲତା କଟୁରିରେ ହାଣି ହତ୍ୟା କରିଥିଲେ । ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିଲା ମଞ୍ଜୁଲତା ଓ ମେଘିଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳି ଲାଗୁଥିଲା। ଏଥିରେ ଅତିଷ୍ଠ ହୋଇ ଏଭଳି ହତ୍ୟାକାଣ୍ଡ ହୋଇଥିଲା । ଘଟଣା ପରଠାରୁ ପୁଅ ବୋହୁ ପେଂରାର ଥିଲେ। ବରୀ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଥିଲେ ହେଁ ପୁଅ ବୋହୁ ଖସିଯାଉଥିଲେ। । ଶେଷରେ ଗତ କାଲି ପୁଲିସ ଏହି ଦୁଇ ଜଣ ଅଭିଯୁକ୍ତକୁ ଗିରପଂ କରି ଶନିବାର କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୦୨ ଅନୁଯାୟୀ ଏକ କେଶ୍ ରୁଜୁ ହୋଇଛି । ଶନିବାର ଏ ସଂକ୍ରାନ୍ତରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସଡିପିଓ ଏହି ସୂଚନା ଦେଇଛନ୍ତି ।

Comments are closed.