ଭିସା କଟକଣା ଜାରି କଲା ଆମେରିକା

0

ୱାଶିଂଟନ୍‍: ଏଚ୍‍ ୧ ବି ଭିସାଧାରୀ ବିଦେଶୀ ଦମ୍ପତିଙ୍କୁ ଆମେରିକା ପ୍ରଦାନ କରୁଥିବା ସ୍ୱତନ୍ତ୍ର ଅନୁମତି ବନ୍ଦ କରିବ ବୋଲି ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଆମେରିକାରେ କାମ କରୁଥିବା ହଜାର ହଜାର ଭାରତୀୟ ପ୍ରଭାବିତ ହେବେ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‍ ଓବାମାଙ୍କ ଅମଳରେ ଉଚ୍ଚଦକ୍ଷତା ସମ୍ପନ୍ନ ଏଚ୍‍ ୧ ବି ଭିସାଧାରୀ ପେସାଦାର ଦମ୍ପତିଙ୍କୁ ଏଚ୍‍ ୪ ଜରିଆରେ ଆମେରିକାର କାମ କରିବାକୁ ଅନୁମତି ଦିଆଯାଉଥିଲା। ବିବାହ ପୂର୍ବରୁ ଯେଉଁ ଭାରତୀୟଙ୍କୁ ଆମେରିକାରେ କାମ କରିବା ପାଇଁ ଏଚ୍‍ ୧ ବି ଭିସା ଦିଆଯାଇଥିବ ବିବାହ ପରେ ସେମାନଙ୍କ ପତି କିମ୍ବା ପତ୍ନୀଙ୍କୁ ଏଚ୍‍ ୪ ଭିସା ଦିଆଯାଉଥିଲା। ଆମେରିକା ପ୍ରାୟ ୭୧ ହଜାର ବିଦେଶୀଙ୍କୁ ଏହି ଅନୁମତି ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଭାରତୀୟ। ଟ୍ରମ୍ପ ସରକାର ଏହି ସୁବିଧା ସୁଯୋଗକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି।

Leave A Reply