ଭାରସାମ୍ୟ ହରାଇ କାର ଦୁର୍ଘଟଣା 

ବୌଦ୍ଧ : ବୌଦ୍ଧ ବ୍ଳକ ପଲସପାଟ ଛକ ଠାରେ ଏକ ରାଜ୍ୟ ବାହାର ନମ୍ବର ଥିବା କାର ( ଜିଜେ-୦୧-ଆରଏମ – ୨୬୫୪) ଭାରସାମ୍ୟ ହରାଇ ଦୁର୍ଘଟଣା ହେବାରୁ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ସୁଚନା ମୁତାବକ ଗୁୁଜରାଟ ରାଜ୍ୟର ତିନି ଜଣ ଯୁବକ ଉକ୍ତ ଦୁର୍ଘଟଣା କାରରେ ରାୟପୁରରୁ ବ୍ରହ୍ମପୁର ଯାଉଥିବା ବେଳେ ଭାରସାମ୍ୟ ହରାଇ ଖୋର୍ଦ୍ଧା- ବଲାଙ୍ଗିର ଜାତୀୟ ରାଜପଥ (ଏନଏଚ-୫୭)ର ସାହାଜପାଲ ନିକଟସ୍ଥ ପଲସାପାଟ ଛକ ଠାରେ ଦୁର୍ଘଟଣା ହୋଇଥିଲା। ତିନିଜଣଙ୍କ ମଧ୍ୟରୁ ଅମୁଲ ପାଟିଲ (୩୪) ନାମକ ଯୁବକର ବାମହାତ ଭାଙ୍ଗି ଥିବା ସହ ସେ ଗୁରୁତର ହୋଇପଡିଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଜନସାଧାରଣ ୧୦୮ ଆମ୍ବୁଲାନସ ଯୋଗେ ବୌଦ୍ଧ ମେଡିକାଲକୁ ପଠାଯାଇଥିଲେ। କିନ୍ତୁ ଗାଡିରେ ପ୍ରେସ ଲେଖା ଥିବାରୁ ସାମ୍ବାଦିକ କି ନା ସାମ୍ବାଦିକ ବୋଲି ଜଣାପଡିନାହି:ଁ। ଦୁର୍ଘଟଣାର ୨ ଘଣ୍ଟା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପୋଲିସ ପହଞ୍ôଚ ନଥିବା ଜଣାପଡିଛି।

Comments are closed.