ଭାରତୀୟ ସେନା ଗୁଳିରେ ଦୁଇ ପାକ୍‍ ସୈନ୍ୟ ନିହତ

0

ଜାମ୍ମୁ-କାଶ୍ମୀର: ଭାରତୀୟ ସେନା ଗୁଳିରେ ଦୁଇ ଜଣ ପାକିସ୍ତାନୀ ସୈନ୍ୟ ନିହତ ହୋଇଥିବା ସୂଚନା ମିଳିଛି। ସେନା ବାହିନୀ ପକ୍ଷରୁ ମିଳିଥିବା ସର୍ବଶେଷ ସୂଚନା ଅନୁଯାୟୀ, କେତେକ ଅନୁପ୍ରବେଶକାରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ପାକ୍‍ ସେନା କୁପ୍‍ୱାର ଜିଲାର ଟାଙ୍ଗଧାର ସେକ୍ଟରରେ ଥିବା ଭାରତୀୟ ସେନାବାହିନୀ ଶିବିର ଉପରକୁ ଗୁଳି ଚାଳାଇଥିଲେ। ଭାରତୀୟ ସେନା ଏହାର ଜବାବ୍‍ ଦେଇଥିଲେ। ଏଥିରେ ଦୁଇ ପାକ୍‍ ସେନା ନିହତ ହୋଇଥିବା ପ୍ରାଥମିକ ଭାବେ ଜଣାଯାଇଛି।

Leave A Reply