ଭାରତର ନୂଆ ରକ୍ଷା କବଚ: ଏସ-୪୦୦ ୪୦୦କିମି ମଧ୍ୟରେ ଶତ୍ରୁ କ୍ଷେପଣାସ୍ତ୍ରକୁ କରିବ ନିପାତ

0

ନୂଆଦିଲ୍ଲୀ: ଭାରତ ଓ ରୁଷ ମଧ୍ୟରେ ବହୁ ପ୍ରତୀକ୍ଷିତ ଏସ-୪୦୦ ମିସାଇଲ୍‍ ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି। ଏହି ଚୁକ୍ତି ମୁତାବକ ରୁଷ ପାଖରୁ ଭାରତ ୫ସେଟ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ କ୍ରୟ କରିବ। ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ଓ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନା ପରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି।
ରୁଷର ଏସ-୪୦୦ ଓ ଆମେରିକାର ଥାର୍ଡ(ଟର୍ମିନାଲ ହାଇ ଆଟିଚ୍ୟୁଡ୍‍ ଏରିଆ ଡିଫେନ୍ସ)ର କାର୍ଯ୍ୟକାରିତା ପ୍ରାୟତଃ ଏକା ହୋଇଥିଲେ ମଧ୍ୟ ଉଭୟଙ୍କ କ୍ଷମତାରେ ବ୍ୟାପକ ପ୍ରଭେଦ ରହିଛି। ଏସ-୪୦୦ ସିଷ୍ଟମ ୩୦୦କିମି ପର୍ଯ୍ୟନ୍ତ ଯେକୌଣସି କ୍ଷେପଣାସ୍ତ୍ରକୁ ଭେଦ କରିବାର କ୍ଷମତା ରଖିବା ସହ ଏକାଧିକ ଡିଫେନ୍ସ ସିଷ୍ଟମ ଦ୍ୱାରା କାର୍ଯ୍ୟ କରୁଛି। ଅପରପକ୍ଷରେ ଥାର୍ଡ ସିଙ୍ଗଲ ଲେୟାର ଡିଫେନ୍ସ ସିଷ୍ଟମ ୩ହଜାର ମିଟର ପ୍ରତି ସେକେଣ୍ଡରେ ଧାବମାନ ହେଉଥିବାବେଳେ ଏସ-୪୦୦ ପ୍ରତି ସେକେଣ୍ଡରେ ୪,୮୦୦ମିଟର ଗତି କରେ। ଏସ-୪୦୦ କ୍ଷେପଣାସ୍ତ୍ର ୧୦୦ପ୍ରକାର ଆକାଶମାର୍ଗର ଆକ୍ରମଣକୁ ଠାବ କରି ପାରୁଥିବାବେଳେ ଆମେରିକା ନିର୍ମିତ ଏଫ-୩୫ ୬ଯୁଦ୍ଧ ଜାହାଜକୁ ଏକକାଳୀନ ଧ୍ୱଂସ କରିବାର କ୍ଷମତା ରହିଛି। ଏସ-୪୦୦ ସିଷ୍ଟମ ୪୦୦କିମି ମଧ୍ୟରେ ଏକକାଳୀନ ୩ ଦିଗରେ ମିସାଇଲ ନିକ୍ଷେପ କରି ପାରୁଥିବାବେଳେ ଥାର୍ଡ ସିଷ୍ଟମ ଶତ୍ରୁ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବା ଅପେକ୍ଷା ନିଜ ଯୁଦ୍ଧ ଜାହାଜକୁ ସୁରକ୍ଷା ଦେବାରେ ଅଧିକ ପାରଦର୍ଶିତା ଅର୍ଜନ କରିଛି। ଆମେରିକାର ଥାର୍ଡ ଡିଫେନ୍ସ ସିଷ୍ଟମରେ ବ୍ୟବହୃତ କ୍ଷେପଣାସ୍ତ୍ରରେ ବିସ୍ଫୋରଣ କରିବାର କ୍ଷମତା ନାହିଁ। ଥାର୍ଡ କେବଳ ଟାର୍ଗେଟ କ୍ଷେପଣାସ୍ତ୍ର ଆଡ଼କୁ ଦ୍ରୁତ ବେଗରେ ଯାଇ ପିଟି ହୋଇ ଶତ୍ରୁ କ୍ଷେପଣାସ୍ତ୍ରକୁ ଆକାଶରେ ବିସ୍ଫୋରଣ କରିବାକୁ ପ୍ରବର୍ତ୍ତାଇ ଥାଏ। ଅପରପକ୍ଷରେ ଏସ-୪୦୦ କ୍ଷେପଣାସ୍ତ୍ର ଦ୍ୱାରା ଏକକାଳୀନ ୩ଟି କ୍ଷେପଣାସ୍ତ୍ର ଛାଡ଼ି ହୁଏ। ଏସ-୪୦୦ ମିସାଇଲ ସିଷ୍ଟମର ଗୋଟିଏ ସେଟ୍‍ରେ ୭୨ଟି ଆଣ୍ଟିସେପ୍ଟର କ୍ଷେପଣାସ୍ତ୍ର ରହିବା ସହ ଏକକାଳୀନ ଏକାଧିକ ଲକ୍ଷ୍ୟଭେଦ କରିବାର କ୍ଷମତା ରହିଥାଏ। ଏସ-୪୦୦ରେ ଏକକାଳୀନ ୩୬ଟି ଟାର୍ଗେଟକୁ ଧ୍ୱଂସ କରିହୁଏ। ଉଭୟ ବାଲାଷ୍ଟିକ ଓ କ୍ରୁଜ କ୍ଷେପଣାସ୍ତ୍ରକୁ ଧ୍ୱଂସ କରି ପାରୁଥିବା ଏସ-୪୦୦ ସିଷ୍ଟମ ସଫଳ ହୋଇଥିବାବେଳେ ଥାର୍ଡ଼ କେବଳ ଗୋଟିଏ ପ୍ରକାର କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଥାଏ।
ଅପରପକ୍ଷରେ ଦେଖିବାକୁ ଗଲେ ଏସ-୪୦୦ ମାତ୍ର ୧୦ମିନିଟ ମଧ୍ୟରେ ଯେକୌଣସି ସ୍ଥାନରୁ ଉତକ୍ଷେପଣ କରାଯାଇ ପାରେ। ଏସ-୪୦୦ର ରେଞ୍ଜ ୧୫୦କିମି ହୋଇଥିବାବେଳେ ଥାର୍ଡ କେବଳ ୩୦କିମି ମଧ୍ୟରେ ଯେକୌଣସି ଲକ୍ଷ୍ୟକୁ ଭେଦ କରିଥାଏ। ଏସ-୪୦୦ରାଡାର ସିଷ୍ଟମ ୩୬୦ଡିଗ୍ରୀ ସ୍କାନ କରୁଥିବାବେଳେ ଥାର୍ଡ କେବଳ ୯୦ଡିଗ୍ରୀ ସ୍କାନ କରିଥାଏ। ୫ଟି ଏସ-୪୦୦ ସିଷ୍ଟମକୁ ଚୀନ ପୂର୍ବରୁ ରୁଷ ନିକଟରୁ କିଣି ସାରିଥିବାବେଳେ ଭାରତ ପ୍ରଥମ ପର୍ଯ୍ୟାୟରେ ୫ଟି କିଣିବାକୁ ସ୍ଥିର କରିଛି।
ଉଭୟ କ୍ଷେପଣାସ୍ତ୍ରର ମୂଲ୍ୟକୁ ତୁଳନା କଲେ ଥାର୍ଡ ମିସାଇଲ ୬ଟି ଲଞ୍ଚର ଓ ୮ଟି ଇଣ୍ଟରସେପ୍ଟରର ମୂଲ୍ୟ ୨ରୁ ୩ ଅରବ ଡଲାର ହୋଇଥିବାବେଳେ ଏସ-୪୦୦ ସିଷ୍ଟମର ୮ ଲଞ୍ଚର ୪ଇଣ୍ଟରସେପ୍ଟର କେବଳ ୫୦୦ମିଲିୟନ ଡଲାରରେ କ୍ରୟ କରିହେବ। ଏହାକୁ ତର୍ଜମା କଲେ ଥାର୍ଡ ତୁଳନାରେ ଏସ-୪୦୦ ୬ଗୁଣା ଶସ୍ତା ବୋଲି କୁହାଯାଇ ପାରେ

Leave A Reply