ଭାରତରେ ବଢୁଛି ଏଟିଏମ ଜାଲିଆତି

0

ନୂଆଦିଲ୍ଲୀ: ସମଗ୍ର ଦେଶରେ କ୍ରମଶଃ ଏଟିଏମ ଲୁଟ ଘଟଣା ବଢିବାରେ ଲାଗିଛି। ବ୍ୟାଙ୍କି ବ୍ୟବସ୍ଥାରେ ସୁରକ୍ଷା ବ୍ୟବସ୍ଥାରେ ଯେତେ କଡ଼ାକଡ଼ି କରାଗଲେ ମଧ୍ୟ ଏଟିଏମ ହ୍ୟାକର ବିଭିନ୍ନ ଉପାୟରେ ଗ୍ରାହକଙ୍କୁ ଲୁଟି ଚାଲିଛନ୍ତି। ସମ୍ପ୍ରତି ହରିୟାନାର ଗୁରୁଗ୍ରାମର ଏଟିଏମରୁ ମାତ୍ର କିଛି ଘଣ୍ଟା ମଧ୍ୟରେ ୫୦ଜଣଙ୍କ ଏକାଉଣ୍ଟରୁ ୪୫ଲକ୍ଷ ଟଙ୍କା ଲୁଟ ହୋଇଯାଇଛି। ଏ ସମ୍ପର୍କରେ ମୋବାଇଲ ମେସେଜ ଆସିବାରୁ ଉପଭୋକ୍ତାମାନେ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଲୁଟ ହୋଇଥିବା ସମ୍ପର୍କରେ ଜାଣି ପାରିଥିଲେ। ନକଲି ଏଟିଏମ କାର୍ଡ଼ ଦ୍ୱାରା ଏଭଳି ଜାଲିଆତି କରାଯାଇ ଥିଲା। ସେହିପରି ନିକଟରେ ବେଙ୍ଗାଲୁରୁର ଏକ ଏଟିଏମରୁ ଏକକାଳୀନ ୨୦୦ଜଣ ଗ୍ରାହକଙ୍କ ଏଟିଏମରୁ ୬ଲକ୍ଷ ଟଙ୍କା ଲୁଟ୍‍ ହୋଇଯାଇଥିଲା। ସେମାନଙ୍କ ଏଟିଏମ କାର୍ଡ଼କୁ ନକଲ କରି ପ୍ରତି ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୦୦୦/୨୦୦୦ଟଙ୍କା ଉଠାଇ ନେଇଥିଲେ ଦୁର୍ବୁତ୍ତ।

Leave A Reply