ୟସ୍ ବ୍ୟାଙ୍କ ଠକେଇ ମାମଲା, ରାଣା କପୁରଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍‌କୁ କୋର୍ଟଙ୍କ ଖାରଜ

ନୂଆଦିଲ୍ଲୀ : ୟସ୍‌ ବ୍ୟାଙ୍କ ଠକେଇ ମାମଲା ଆଜି ଭିନ୍ନ ମୋଡ ନେଇଛି । ମାମଲାରେ ୟସ୍‌ ବ୍ୟାଙ୍କର ପୂର୍ବତନ ମୁଖ୍ୟ ରାଣା କପୁର ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ପକ୍ଷରୁ ଦାଏର କରାଯାଇଥିବା ଚାର୍ଜସିଟ୍‌କୁ ଆଜି ସ୍ବତନ୍ତ୍ର କୋର୍ଟ ଖାରଜ କରିଦେଇଛନ୍ତି । ପ୍ରିଭେନ୍‌ସନ୍‌ ଅଫ୍‌ କରପସନ୍‌ ଆଇନ ଅଧୀନରେ ରାଣା କପୁରଙ୍କ ବିରୋଧରେ ଏହି ମାମଲାକୁ ଆଗେଇ ନେବାରେ ସିବିଆଇ ବିଫଳ ହୋଇଛି । ମାମଲାରେ ସିବିଆଇ ପକ୍ଷରୁ ଦାଏର କରାଯାଇଥିବା ଚାର୍ଜସିଟ୍‌ ଏହାକୁ ଆଗକୁ ଅଗ୍ରଗତି କରାଇବାରେ କୋର୍ଟଙ୍କ ନିକଟରେ ଏକ ଆବେଦନ ଭାବେ ଉତ୍‌ଥାପନ କରାଯାଇଛି । ୱାଧାବନ୍‌ ଭ୍ରାତାଙ୍କ ସହ ମିଶି ଶ୍ରୀ କପୁର ଏବଂ ଅନ୍ୟ ୭ ଅଭିଯୁକ୍ତ ଏକ ଷଡଯନ୍ତ୍ର ରଚିଥିବା ନେଇ ଚାର୍ଜସିଟ୍‌ରେ ଅଭିଯୋଗ ରହିଛି । ମାର୍ଚ୍ଚ ପ୍ରାରମ୍ଭରେ ସିବିଆଇ ରାଣା କପୁର, ୟସ୍‌ ବ୍ୟାଙ୍କ,ସହପ୍ରତିଷ୍ଠାତା,ପୂର୍ବତନ ଏମ୍‌ଡି ଏବଂ ସିଇଓଙ୍କ ବି​‌ରୋଧରେ ଦୁଇଟି ମାମଲା ରୁଜୁ କରିଥିଲା ।

Comments are closed.