ବ୍ୟାଟେରି ଗାଡ଼ି ବ୍ୟବହାର କଲେ ୧.୨ ଲକ୍ଷ କୋଟି ଟଙ୍କା ବଞ୍ଚିଯିବ: ନିତି ଆୟୋଗ

0

ନୂଆଦିଲ୍ଲୀ: ଦେଶରେ ଇଲେକ୍ଟ୍ରୋନିକ୍ସ ବା ବ୍ୟାଟେରି କିମ୍ବା ସୌରଶକ୍ତି ଚାଳିତ ଗାଡ଼ି ଚାଲିଲେ ୧.୨ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିପାରିବା ବୋଲି ନିତି ଆୟୋଗ କହିଛନ୍ତି।
ଜିରୋ ଏମିସନ୍‍ ଭେହିକିଲ୍‍ ବା ଶୂନ୍ୟ ପ୍ରଦୂଷଣ ଯାନ ନିର୍ମାଣ ଲକ୍ଷ୍ୟ ଉପରେ ଆଲୋକପାତ କରି ନିତି ଆୟୋଗ କହିଛନ୍ତି ଯେ ଆମେ ଯେତେ ଶୀଘ୍ର ଏହି ବୈଷୟିକ ଜ୍ଞାନକୌଶଳ ଉପଯୋଗ କରିପାରିବା ସେତେଶୀଘ୍ର ଆମେ ଆମ ଅର୍ଥନୀତିକୁ ସମୃଦ୍ଧ କରିପାରିବା। କାରଣ ଆମର ସର୍ବାଧିକ ବୈଦେଶିକ ମୁଦ୍ରା ତୈଳ ଆମଦାନିରେ ଖର୍ଚ୍ଚ ହେଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏ ସଂକ୍ରାନ୍ତରେ ଏକ ରିପୋର୍ଟ ଦିଆଯାଇଛି। ରିପୋର୍ଟର ତଥ୍ୟାନୁଯାୟୀ, ଭାରତରେ ଏବେ ୧୭ କୋଟି ଦୁଇ ଚକିଆ ଯାନ ଚାଲୁଛିି। ଗୋଟିଏ ଗାଡ଼ି ଯଦି ହାରାହାରି ଦୈନିକ ଅଧା ଲିଟର ତେଲ ବ୍ୟବହାର କରନ୍ତି ତେବେ ଦୈନିକ ୩୪୦୦ କୋଟି ଲିଟର ତୈଳ ବିନିଯୋଗ ହେଉଛି। ଏହି ବାବଦରେ ପ୍ରାୟ ୨.୮୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଇଲେକ୍ଟ୍ରୋନିକ୍ସ ଗାଡ଼ି ବ୍ୟବହାର କରିବା ଦ୍ୱାରା ଟିକସ ଓ ଆମଦାନୀ ଖର୍ଚ୍ଚକୁ ବାଦ୍‍ ଦେଲେ ଆମେ ପ୍ରାୟ ୧.୨ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିପାରିବା ବୋଲି ରିପୋର୍ଟରେ ଉଲ୍ଳେଖ ରହିଛି।

Leave A Reply