ବ୍ୟାଙ୍କ ୬ ଦିନ ବନ୍ଦ ହେବନି

0

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଦେଶର ସମସ୍ତ ବ୍ୟାଙ୍କ ଖାଖା ୬ ଦିନ ପାଇଁ ବନ୍ଦ ରହିବ ବୋଲି ବିଭିନ୍ନ ସୋସିଆଲ୍‍ ମିଡିଆରେ ପ୍ରକାଶ ପାଇଛି। ଜନସାଧାରଣ ଏହି ଗୁଜବକୁ ବିଶ୍ୱାସ ନ କରିବା ପାଇଁ ବ୍ୟାଙ୍କ ସଂଘ ପକ୍ଷରୁ କୁହାଯାଇଛି।
ଏକ ପ୍ରେସ ବିବୃତ୍ତିରେ ସଂଘ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୧ ତାରିଖ ଦିନ ଶନିବାର ପଡ଼ୁଥିବାରୁ ବ୍ୟାଙ୍କ ବନ୍ଦ ହେବ ନାହିଁ। ତା ପରଦିନ ଅର୍ଥାତ ସେପ୍ଟେମ୍ବର ୨ ତାରିଖ ଜନ୍ମାଷ୍ଟମୀ ସହିତ ରବିବାର ପଡ଼ୁଥିବାରୁ ବ୍ୟାଙ୍କ ସ୍ୱାଭାବିକ ଭାବେ ବନ୍ଦ ରହିବ। ୩ ତାରିଖ ଦିନ ରାଷ୍ଟ୍ରୀୟ ଛୁଟି ଘୋଷଣା କରାଯାଇ ନଥିବାରୁ ବ୍ୟାଙ୍କ କାରବାର ରୀତିମତ ଚାଲିବ। ଅନ୍‍ଲାଇନ୍‍ ବ୍ୟାଙ୍କିଂ ଓ ଏଟିଏମ ମଧ୍ୟ କାମ କରିବ। ଏଟିଏମ୍‍ରେ ପର୍ଯ୍ୟାପ୍ତ ପରିମାଣର ନଗଦ ରଖିବା ପାଇଁ ସମସ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ପରବର୍ତ୍ତୀ ବ୍ୟାଙ୍କ ଛୁଟି ସେପ୍ୱେମ୍ବର ୮ ତାରିଖ ଦିନ ହେବ।

Leave A Reply