ବ୍ରିଟିସ ଏୟାରୱେଜ୍‍ ହ୍ୟାକ୍‍; ୩୮୦,୦୦୦ବ୍ୟାଙ୍କିଙ୍ଗ୍ ତଥ୍ୟ ଚୋରି

0

ଲଣ୍ଡନ: ବ୍ରିଟିସ ଏୟାରୱେଜ୍‍ ୱେବସାଇଟ ବଡ଼ ଧରଣର ସାଇବର ଆକ୍ରମଣର ଶିକାର ହୋଇଛି। ହ୍ୟାକରମାନେ ବ୍ରିଟିସ ଏୟାରୱେଜର ୱେବସାଇଟରୁ ୩ଲକ୍ଷ ୮୦ହଜାର ବ୍ୟାଙ୍କି ତଥ୍ୟ ଚୋରି କରି ନେଇଛନ୍ତି। ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୫ମଧ୍ୟରେ ବ୍ରିଟିସ ଏୟାରୱେଜ ୱେବସାଇଟରୁ ଯେଉଁମାନେ ବିମାନ ଟିକଟ କିଣିଛନ୍ତି ସେମାନଙ୍କ ବ୍ୟାଙ୍କି ତଥ୍ୟ ହ୍ୟାକରମାନେ ଚୋରି କରି ନେଇଛନ୍ତି। ତେବେ ଏହାର ପ୍ରଭାବ ପାସପୋର୍ଟ ତଥ୍ୟାବଳୀ ଉପରେ କୌଣସି ପ୍ରଭାବ ପାକାଇ ନାହିଁ ବୋଲି ବିମାନ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି। ହ୍ୟାକରମାନେ ଦୀର୍ଘ ୨ସପ୍ତାହ ଧରି ବେଶ୍‍ ଚତୁରତାର ସହ ବ୍ରିଟିସ ଏୟାରୱେଜ୍‍ ୱେବସାଇଟରୁ ଗ୍ରାହକଙ୍କ ଡେବିଟ, କ୍ରେଡିଟ କାର୍ଡ଼ ସମେତ ଅନ ଲାଇନ ବ୍ୟାଙ୍କି ଡାଟା ଚୋରି କରିନେଇଛନ୍ତି। ଫଳରେ ୩ଲକ୍ଷ ୮୦ହଜାର ବ୍ୟାଙ୍କି ତଥ୍ୟକୁ ନେଇ ହ୍ୟାକରମାନେ ଅପବ୍ୟବହାର କରିଛନ୍ତି। ବ୍ରିଟିସ ଏୟାରଲାଇନର ଟିକଟ କିଣିବା ପରେ ଗ୍ରାହକଙ୍କ ଆକାଉଣ୍ଟ ହ୍ୟାକ ହେବା ଘଟଣା ଗୋଟିଏ ପରେ ଗୋଟିଏ ଅଭିଯୋଗ ପାଇବା ପରେ ବିମାନ କର୍ତ୍ତୁପକ୍ଷ ତଦନ୍ତ ଆରମ୍ଭ କରିଥିଲେ। ହ୍ୟାକରମାନେ ଅଭିନବ ଭାବେ ବ୍ରିଟିସ ୱେବସାଇଟକୁ ହ୍ୟାକ କରି ଏଥିରୁ ଗ୍ରାହକଙ୍କ ବ୍ୟାଙ୍କି ତଥ୍ୟାବଳୀ ଚୋରି କରି ନେଇଥିବା ଜଣା ପଡ଼ିଥିଲା। ଫଳରେ ଏହି ସମୟସୀମା ମଧ୍ୟରେ ବ୍ରିଟିସ ଏୟାରୱେଜର ଟିକଟ କିଣିଥିବା ଗ୍ରାହକଙ୍କୁ ସେମାନଙ୍କ ଏଟିଏମ କାର୍ଡ଼, କ୍ରେଡିଟ କାର୍ଡ଼ ସମ୍ପର୍କିତ ପାସୱାର୍ଡ଼, କାର୍ଡ଼ ନମ୍ବର ବଦଳାଇ ଦେବାକୁ ବିମାନ କର୍ତ୍ତୁପକ୍ଷ ନିବେଦନ କରିଛନ୍ତି।

Leave A Reply