ବୁଢାବଳଙ୍ଗ ନଦୀ ପଠାରେ ଏକ ଅର୍ଦ୍ଧଦଗ୍ଧ ମୃତଦେହ ଜବତ

ବଡ଼ସାହି : ମୟୁରଭଞ୍ଜ  ଜିଲା ବଡ଼ସାହି ଥାନା ଅନ୍ତର୍ଗତ ଡିଙ୍ଗିରା ଗ୍ରାମର ବୁଢାବଳଙ୍ଗ ନଦୀ ପଠାରେ ଏକ ଅର୍ଦ୍ଧଦଗ୍ଧ ମୃତଦେହ ପଡି ରହିଛି । ଶରୀରର ମୁଣ୍ଡ ଠାରୁ ଜଙ୍ଘ ଯାଏ ପୋଡି ଥିବାରୁ କେବଳ କଙ୍କାଳ ଦେଖାଯାଉଛି । ଜଙ୍ଘ ଠାରୁ ତଳ ଅଂଶ ସଢି ଯାଇଥିବାର ଦେଖିବାକୁ ମିଳିଛି । ଗ୍ରାମବାସୀ ପୁଲିସକୁ ଜଣାଇବା ପରେ ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ଆଖପାଖ ଗ୍ରାମରୁ ମଧ୍ୟ କେହି ନିଖୋଜ ନଥିବାରୁ ମୃତ ଦେହ ଚିହ୍ନଟ କରିବା କଷ୍ଟକର ହେଉଛି।

ସୂଚନା ଅନୁଯାୟୀ, ଉକ୍ତ ନଦୀ ଘାଟରେ ବେଆଇନ ବାଲି ଉତ୍ତୋଳନ ପାଇଁ ସପ୍ତାହ ଧରି ତିକ୍ତତା ଲାଗିଥିବାରୁ ଏହା ହତ୍ୟାକାଣ୍ଡ ବା ଦୁର୍ଘଟଣା ପରେ ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତ ଅପଚେଷ୍ଟା କରିଥିବା ଚର୍ଚ୍ଚା ହେଉଛି । ସାଇଣ୍ଟିଫିକ୍ ଦଳ ସହାୟତା ଘଟଣାର ତଦନ୍ତ ପାଇଁ ଜିଲାପରିଷଦ ସଦସ୍ୟ କୁମେନ୍ଦ୍ର ସେଠୀ ଦାବି କରିଛନ୍ତି ।

Comments are closed.