ବିଶ୍ୱବ୍ୟାପୀ ଓଡ଼ିିଆଙ୍କଠାରୁ ମିଳିଛି ସକାରାତ୍ମକ ପ୍ରତିକ୍ରିୟା

0

ଭୁବନେଶ୍ୱର: ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀ-୨୦୧୮ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଚଳିତବର୍ଷ ଅଗଷ୍ଟ ୮ରେ ମୁମ୍ବଇଠାରେ ଶୁଭାରମ୍ଭ ହୋଇଥିବା ଆଇ ଅମ୍‍ ଓଡ଼ିଶା ଅଭିଯାନକୁ ବିଶ୍ୱବ୍ୟାପୀ ଓଡ଼ିିଆଙ୍କଠାରୁ ଅନେକ ସକାରାତ୍ମକ ପ୍ରତିକ୍ରିୟା ମିଳିିଛି। ଏହି ଅଭିଯାନରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଓଡ଼ିଶା ସେମାନଙ୍କର ସଫଳତାର କାହାଣୀ ବଖାଣିବେ। ଏଥିରେ ବିଶ୍ୱବ୍ୟାପୀ ବାସ କରୁଥିବା ଓଡ଼ିଆ ଉଦ୍ୟୋଗୀ ନିଜର ଅଭିନବ ଚିନ୍ତାଧାରା ସମ୍ପର୍କିତ ସଫଳତାର କାହାଣୀ ଦାଖଲ କରିଛନ୍ତି। ସେଥିମଧ୍ୟରୁ ମନୋନୟନ କରାଯାଇ କିଛି କାହାଣୀ ନଭେମ୍ବରରେ ହେବାକୁଥିବା ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍-୨୦୧୮ରେ ମନୋନୟନ କରାଯାଇ ଏଭଳି ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯିବ। ସେମାନଙ୍କର ସଫଳ କାହାଣୀ ଓଡ଼ିଶାର ଉଦ୍ୟୋଗୀକୁ ବେଶ୍‍ ଉତ୍ସାହିତ କରିବାରେ ସକ୍ଷମ ହେବ। ଏହି ଅଭିଯାନ ଚଳିତବର୍ଷ ଅକ୍ଟୋବର ୧୫ ପର୍ଯ୍ୟନ୍ତ ୧୦ ସପ୍ତାହ ଧରି ଜାରି ରହିଥିଲା। ସୋସିଆଲ ମିଡ଼ିଆରେ ଏହାକୁ ୨ ନିୟୁତ ଲୋକ ଦେଖିଥିବାବେଳେ ୫ ଲକ୍ଷ ଲୋକ ପଢ଼ିଥିଲେ। ଏଥିପାଇଁ ଅନ୍ତିମ ଦିବସ ଚଳିତମାସ ୧୫ ସୁଦ୍ଧା ବିଶ୍ୱର ବିଭିନ୍ନ ସ୍ଥାନରେ ବାସ କରୁଥିବା ଶହ ଶହ ଓଡ଼ିଆ ଏଥିପ୍ରତି ସକାରାତ୍ମକ ମନୋଭାବ ପୋଷଣ କରି ଅବେଦନ କରିଥିଲେ। ସେଥିମଧ୍ୟରୁ ଶ୍ରେଷ୍ଠ କାହାଣୀକୁ ଏହି ଅଭିଯାନର ୱେବସାଇଟ୍‍ରେ ପ୍ରକାଶ କରାଯାଇଛି। ଏହି ଅବସରରେ ଓଡ଼ିଶା ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ମୁଖ୍ୟ ସଚିବ ସଞ୍ଜୀବ୍‍ ଚୋପ୍ରା କହିଛନ୍ତି ଯେ, ଏଭଳି ସକାରାତ୍ମକ ପ୍ରତିକ୍ରିୟା ନେଇ ଆମେ ବେଶ୍‍ ଆନନ୍ଦିତ। ଯେଉଁମାନେ ସେମାନଙ୍କର ସଫଳତାର କାହାଣୀ ଦାଖଲ କରିଛନ୍ତି ଆମେ ସେମାନଙ୍କୁ ଧନ୍ୟବାଦ ଜଣାଉଛୁ। ଏହି ଅଭିଯାନ ରାଜ୍ୟର ପରିସୀମା ଅତିକ୍ରମ କରି ଏବେ ବିଶ୍ୱସ୍ତରରେ ପହଞ୍ଚିପାରିଛି। ଏହା ଅନ୍ୟ ଉଦ୍ୟୋଗୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସକ୍ଷମ ହେବ। ଆଇ ଆମ୍‍ ଓଡ଼ିଶାର ଗ୍ରାଣ୍ଡ ଫାଇନାଲ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍-୨୦୧୮ରେ ସମାପ୍ତ ହେବ। ଏହି ଦ୍ୱିବାର୍ଷିକ କାର୍ଯ୍ୟକ୍ରମ ରାଜ୍ୟରେ ନିବେଶଧାରାକୁ ତ୍ୱରାନ୍ୱିତ କରିବା ସହିତ ନିବେଶକଙ୍କ ପାଇଁ ନୂତନ ବ୍ୟବସାୟିକ ସୁଯୋଗ ସୃଷ୍ଟି କରିବାକୁ ସକ୍ଷମ ହେଉଛି। ଏହି ଅବସରରେ ସଫଳତା ହାସଲ କରିଥିବା ବ୍ୟକ୍ତିତ୍ୱଙ୍କୁ ମୁଖ୍ୟମନ୍ତ୍ରୀ ‘ପ୍ରାଇଡ୍‍ ଅଫ୍‍ ଓଡ଼ିଶା’ ସମ୍ମାନରେ ସମ୍ବର୍ଦ୍ଧିତ କରିବେ।

Leave A Reply