ବିମାନରେ ଉପଲବ୍ଧ ହେବ ୱାଇଫାଇ ସୁବିଧା

0

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଘରୋଇ ଓ ବିଦେଶ ଯାତ୍ରା ପାଇଁ ବିମାନରେ ଯାତ୍ରୀମାନେ ୱାଇଫାଇ ସୁବିଧା ପାଇପାରିବେ। ଏଥିପାଇଁ ଇଚ୍ଛୁକ ସଂସ୍ଥାଙ୍କୁ ଆବେଦନ କରିବାକୁ ଡଟ୍‍ ପକ୍ଷରୁ କୁହାଯାଇଛି। ଏହି ଦୌଡ଼ରେ ଏୟାରଟେଲ୍‍ ଓ ରିଲାଏନ୍ସ ଜିଓ ଆଗରେ ଥିବା ଜଣାପଡ଼ିଛି। ଭାରତୀୟ ବିମାନ ସେବା ପ୍ରଦାନକାରୀ ସଂସ୍ଥାଙ୍କ ମଧ୍ୟରୁ କେବଳ ସ୍ପାଇସ୍‍ଜେଟ୍‍ ବିମାନରେ ଭିତ୍ତିଭୂମି ପ୍ରସ୍ତୁତ ଥିବା କୁହାଯାଉଛି। ବିଦେଶୀ ବିମାନ ସେବା ପ୍ରଦାନକାରୀ ସଂସ୍ଥାଙ୍କ ମଧ୍ୟରୁ ଲୁଫ୍‍ଥାନ୍‍ସା, ସିଙ୍ଗାପୁର ଏୟାର ଲାଇନ୍‍ସ, କତ୍ତାର ଏୟାରୱେଜ୍‍, ଏମିରଟ୍‍ସ ସେମାନଙ୍କ ବିମାନ ଭିତରେ ୱାଇଫାଇ ସେବା ପ୍ରଦାନ କରୁଛନ୍ତି। କିନ୍ତୁ ଭାରତୀୟ ସୀମାକୁ ପ୍ରବେଶ କରିବା ମାତ୍ରେ ସେମାନେ ଏହି ସେବା ବନ୍ଦ କରି ଦେଉଛନ୍ତି।

Leave A Reply