ବିମାନବନ୍ଦର ସୁରକ୍ଷା କର୍ମୀଙ୍କୁ ହସିବା ମନା

0

ନୂଆଦିଲ୍ଳୀ: ଏଣିକି ବିମାନ ବନ୍ଦରରେ ମୁତୟନ ସୁରକ୍ଷା କର୍ମୀମାନେ ବେଶି ହସି ପାରିବେ ନାହିଁ। ଏଥିପାଇଁ ସେମାନଙ୍କୁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(ସିଆଇଏସଏଫ୍‍) ନିର୍ଦେଶନାମା ଜାରି ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ସିଆଇଏସଏଫ୍‍ ମହାନିର୍ଦେଶକ ରାଜେଶ ରଞ୍ଜନ କହିଛନ୍ତି ଯେ ସୁରକ୍ଷା କର୍ମୀମାନେ ଯାତ୍ରୀଙ୍କ ସହିତ ମାତ୍ରାଧିକ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରିବା ଉଚିତ ନୁହେଁ। ଏହି କାରଣ ଯୋଗୁଁ ୯/୧୧ ଭଳି ପରିସ୍ଥିତି ଉପୁଜିଥିଲା। ତେଣୁ ସୁରକ୍ଷା କର୍ମୀଙ୍କୁ ଯାତ୍ରୀଙ୍କ ପ୍ରତି ଅଧିକ ବନ୍ଧୁତ୍ୱ ଅନୁକୂଳ ନ ହେବାକୁ କୁହାଯାଇଛି। ଏଥିପାଇଁ ଆନ୍ତର୍ଜାତିକ ସ୍ତରର କାଉନ୍‍ସେଲରମାନେ ତାଲିମ୍‍ ଦେବାର ବ୍ୟବସ୍ଥା କରାଯାଇଛି।

Leave A Reply