ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ, ଆୟତ୍ତ କଲା ଅଗ୍ନିଶମ ବାହିନୀ

ପାଟଣା : ୨୪ ଘଣ୍ଟାରେ ପାଟଣା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି । ଖବର ପାଇବା ପରେ ପାଟଣା ଅଗ୍ନିଶମ କେନ୍ଦ୍ରାଧିକାରୀ ମନୋରଞ୍ଜନ ମହାନ୍ତଙ୍କ ନେତୃତ୍ବରେ ଆଜି ଅଗ୍ନିଶମ କର୍ମଚାରୀମାନେ ସମସ୍ତ ଅଗ୍ନିକାଣ୍ଡ ସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି।

ପ୍ରଥମ ଘଟଣା କ୍ରମରେ ଏରେଣ୍ଡେଇ ଗ୍ରାମରେ ବନ ବିଭାଗ ପକ୍ଷରୁ କରାଯାଇଥିବା ୨୫ ଏକର ଆକାଶିଆ ଜଙ୍ଗଲରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଅଗ୍ନିଶମ ବାହିନୀ ଏଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସେହିପରି ଟାଙ୍ଗରପଡା ଗ୍ରାମର ହିମାଂଶୁ ପୃଷ୍ଟିଙ୍କ ଦୁଇ ଏକର କାଜୁ ଜଙ୍ଗଲରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଏଠାରେ ମଧ୍ୟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଲିଭାଇଛନ୍ତି। ଅନ୍ୟ ପକ୍ଷରେ ଡେଣୁଆ ଗ୍ରାମର ଦୀପକ ମହାନ୍ତଙ୍କ ୫ ଏକର କାଜୁ ଜଙ୍ଗଲରେ କୌଣସି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲା । ଏହା ଦେଖି ଦୀପକ୍ ପାଟଣା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ପାଟଣା ଅଗ୍ନିଶମ ବିଭାଗ ଡେଣୁଆ କାଜୁ ଜଙ୍ଗଲରେ ପହଞ୍ଚି ନିଆଁକୁ ଲିଭାଇଛନ୍ତି।

Comments are closed.