ବାଲି ଖୋଳାକୁ ବିରୋଧ କରି ଆନ୍ଦୋଳନ

0

ବ୍ରହ୍ମପୁର: ବାଲି ଖୋଳାକୁ ବିରୋଧ କରି ଅଞ୍ଚଳବାସୀ ଆନ୍ଦୋଳନ କରିଛନ୍ତି। ଆଇ. ଆର୍.ଇ କଂପାନୀ କର୍ତ୍ତୃପକ୍ଷଙ୍କ ବାଲି ଖୋଳା ଯୋଗୁଁ ଡୁଗୁଲି ଛକ ଠାରେ ଓଡିଶା ବିପର୍ଯ୍ୟୟ ପୁନଃ ନିର୍ମାଣ ପ୍ରକଳ୍ପ କଲୋନୀ ବାସିନ୍ଦା ହଇରାଣ ହୋଇଥିବା ଅଭିଯୋଗ ହୋଇଛି।  ଗୋପାଳପୁର ବନ୍ଦର ନିକଟରେ ଥିବା ସମୁଦ୍ର ବାଲି ଖୋଳିଥିବା ଯୋଗୁଁ ପାଣି କଲୋନୀ ବାସିନ୍ଦାଙ୍କ ଘରେ ପଶିଯାଇଛି। ସ୍ଥାନୀୟ ଅଞ୍ଚଳବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସମସ୍ୟାର ସମାଧାନ ଦାବିରେ ଡୁଗୁଲି ଛକ ଠାରେ ଗୋପାଳପୁର ବନ୍ଦର – ଛତ୍ରପୁର ରାସ୍ତାକୁ ଅବରୋଧ କରି ଅଞ୍ଚଳବାସୀ ଆନ୍ଦୋଳନ କରିଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ବିଧାୟକ ଡାକ୍ତର ପ୍ରିୟାଂଶ ପ୍ରଧାନ ଓ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply