ବସ୍‍ ଦୁର୍ଘଟଣା; ୨୫ ଆହତ

0

ଘଟଗାଁ: ଘଟଗାଁ ନିକଟସ୍ଥ ବାଇପାଶ ରାସ୍ତା ନିକଟରେ ଏକ ଯାତ୍ରୀବାହୀ ବସ୍‍ ଦୁର୍ଘଟଣାରେ ସମୁଦାୟ ୨୫ଜଣ ଆହତ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୪ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ପରେ ସେମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମଙ୍ଗଳବାର ବିଳମ୍ବିତ ରାତ୍ରିରେ ପାଢୀ ନାମକ ବସ୍‍ ଭୁବନେଶ୍ୱରରୁ କେନ୍ଦୁଝର ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇବାରୁ ବସ୍‍ଟି ରାସ୍ତା ତଳକୁ ଯାଇ ଓଲଟି ପଡିଥିଲା। ତେବେ ଗୁରୁତର ଥିବା ୩ଜଣ ଯାତ୍ରୀଙ୍କୁ କେନ୍ଦୁଝର ଓ କଟକ ମୁଖ୍ୟ ଚିକିତ୍ସଳୟକୁ ସ୍ଥାନାନ୍ତରିତ କରାଯାଇଛି।

Leave A Reply